Latest Odisha News

ଜୋ ବାଇଡେନଙ୍କ ବିଜୟ ଉପରେ ବାଜିଲା ଆନୁଷ୍ଠାନିକ ମୋହର

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କ ବିଜୟ ଉପରେ ବାଜିଲା ଆନୁଷ୍ଠାନିକ ମୋହର । ଇଲେକ୍ଟୋରାଲ କଲେଜ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ତାଙ୍କୁ ଆନୁଷ୍ଠାନିକ ଭାବରେ ଚୟନ କରିଛି । ଜୋ ବାଇଡେନ୍ ଦେଶର ୫୦ଟି ରାଜ୍ୟରୁ ୩୦୬ଟି ଇଲେକ୍ଟୋରାଲ୍ ଭୋଟ୍ ପାଇଛନ୍ତି । ଆମେରିକାରେ ରାଷ୍ଟ୍ରପତି ନିର୍ବାଚିତ ହେବାକୁ ଜଣେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ୍ ଭୋଟ୍ ଆବଶ୍ୟକ । ବହୁମତ ସହ ଜୋ ବାଇଡେନ ବିଜୟୀ ହୋଇଥିବାରୁ ଆସନ୍ତା ଜାନୁଆରୀ ୨୦ତାରିଖରେ ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ । କମଲା ହାରିସ ହେବେ ଉପରାଷ୍ଟ୍ରପତି ।
ଆସନ୍ତା ଜାନୁଆରୀ ୬ତାରିଖରେ କଂଗ୍ରେସର ମିଳିତ ଅଧିବେଶନରେ ବାଇଡେନଙ୍କୁ ଆନୁଷ୍ଠାନିକ ଭାବରେ ସଦସ୍ୟ ଗଣନା କରାଯିବ । ଉପରାଷ୍ଟ୍ରପତି ମାଇକ ପେନ୍ସ ଏହାର ଅଧ୍ୟକ୍ଷତା କରିବେ । ଏହାପରେ ବିଡେନଙ୍କୁ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର ରାସ୍ତା ଖୋଲିବ । ଆମେରିକା ଆଇନ ଅନୁସାରେ, ଡିସେମ୍ବର ଦ୍ୱିତୀୟ ବୁଧବାର ପରେ ପ୍ରଥମ ସୋମବାର ଦିନ ନିର୍ବାଚନ ମଣ୍ଡଳ ବୈଠକ ବସିବ । ଏହି ଦିନ ସମସ୍ତ ୫୦ ଟି ରାଜ୍ୟ ଏବଂ କଲମ୍ବିଆ ଜିଲ୍ଲାର ଚୟନକର୍ତ୍ତାମାନେ ଭୋଟ୍ ଦେବାକୁ ଏକତ୍ରିତ ହୋଇଥାଆନ୍ତି ।
ଇଲେକ୍ଟୋରାଲ କଲେଜର ବିଧିବଦ୍ଧ ଘୋଷଣା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଇନଗତ ଲଢ଼େଇର ପୂର୍ଣ୍ଣଚ୍ଛେଦ ପଡ଼ିଛି । ଗତ ନଭେମ୍ବର ୩ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ।

BjdElectrycity
Leave A Reply

Your email address will not be published.