Latest Odisha News

BREAKING NEWS

କରୋନା କାୟା କମୁଛି: ଆଜି ରାଜ୍ୟରୁ ୩୦୩୧ ପଜିଟିଭ୍, ୫% ତଳକୁ ଖସିଲା ପଜିଟିଭ୍ ହାର

ଭୁବନେଶ୍ୱର: ରାଜ୍ୟରେ କରୋନା ପ୍ରକୋପ କମିବାରେ ଲାଗିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାରକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୩୧ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୭ଶହ ୩୮ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨ଶହ ୯୩ଟି । ୨୪ ଘଣ୍ଟାରେ ୬୧ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଆଜି ରାଜ୍ୟରେ ପଜିଟିଭ୍ ହାର ରହିଛି ୪.୯୬ ପ୍ରତିଶତ ।

୧୯ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ କମ୍ । ପାଞ୍ଚ ଶହ ତଳକୁ ଖସିଛି ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୮୧ ଆକ୍ରାନ୍ତ । କଟକରୁ ୨୯୫, ବାଲେଶ୍ୱରରୁ ୨୯୦, ଯାଜପୁରରୁ ୨୨୬ ଓ ପୁରୀରୁ ବାହାରିଛନ୍ତି ଆଉ ୧୮୦ ସଂକ୍ରମିତ । ସେହିପରି ମୟୂରଭଞ୍ଜରୁ ୧୬୭, ନୟାଗଡ଼ରୁ ୧୪୦, ଅନୁଗୋଳରୁ ୧୨୧, କେନ୍ଦ୍ରାପଡ଼ାରୁ ୧୧୮, ଜଗତସିଂହପୁରରୁ ୧୦୭ ନୂଆ ଆକ୍ରାନ୍ତ ।

ରାଜ୍ୟରେ ୧୭ ଜିଲ୍ଲାରେ କରୋନା ପଜିଟିଭ୍ ହାର ୫%ରୁ କମ୍ ରହିଛି । ଆକ୍ଟିଭ୍ କେସ୍ ଗ୍ରୀନ୍ ଜୋନରେ ୨୦ ଜିଲ୍ଲା ଥିବା ବେଳେ ରେଡ୍ ଜୋନରେ ୪ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଯାଜପୁର ଓ ବାଲେଶ୍ୱର ରହିଛି । ୬ଟି ଜିଲ୍ଲା ୟେଲୋ ଜୋନରେ ଅଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସମଖ୍ୟା ୮ଲକ୍ଷ ୮୦ହଜାର ୫୩୩କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୪୦ହଜାର ୨୧୪ ଆକ୍ରାନ୍ତ । ଏବେ ରାଜ୍ୟରେ ୩୬ହଜାର ୬୩୩ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.