Latest Odisha News

BREAKING NEWS

ରାଜ୍ୟରୁ ୩୩୪ କରୋନା ଆକ୍ରାନ୍ତ ଚିହ୍ନଟ, ମହାମାରୀ ନେଲା ୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଇଛି ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୩୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୯୪ ଆକ୍ରାନ୍ତ । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୦ଟି ।

ଗତ ୨୪ ଘଣ୍ଟାରେ ରାଜ୍ୟର ୨୮ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୪୦, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରୁ ୩୦ ଜଣ ଲେଖାଏ ପଜିଟିଭ୍ ବାହାରିଛନ୍ତି । ବଲାଙ୍ଗିର ଜିଲ୍ଲାରୁ ୨୭, କଟକରୁ ୨୬ ଓ ଅନୁଗୁଳ ଜିଲ୍ଲାରୁ ସଂକ୍ରମିତ ହୋଇଛନ୍ତି ଆଉ ୨୩ ଜଣ ।

ବାକି ଜିଲ୍ଲାଗୁଡ଼ିକରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୮ହଜାର ୨୦୧କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୩ହଜାର ୩୭୮ ସଂକ୍ରମିତ । ଏବେ ରାଜ୍ୟରେ ଆକ୍ଟିଭ୍ କେସ୍ ୨ହଜାର ୯୧୩ଟି ରହିଛି ।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ତିନି ଜଣ ମହିଳା ଓ ଜଣେ ପୁରୁଷ । ବାଲେଶ୍ୱର ଜିଲ୍ଲାରୁ ଜଣେ ୫୮ବର୍ଷୀୟ ମହିଳା, ଭୁବନେଶ୍ୱରରୁ ଜଣେ ୫୫ବର୍ଷୀୟ ମହିଳା ମୃତ୍ୟୁବରଣ କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାରେ ଜଣେ ୫୭ବର୍ଷୀୟ ପୁରୁଷଙ୍କ ଜୀବନ ନେଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ୭୧ବର୍ଷୀୟ ବୃଦ୍ଧାଙ୍କର ଜୀବନ ନେଇଛି ମହାମାରୀ । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ହଜାର ୮୫୭କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.