ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଏବେ ପ୍ରତିଦିନ ଚାରି ଶହରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ସଂକ୍ରମିତ ହୋଇଛନ୍ତି ୩୪୩ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୯୭ ଜଣ ଆକ୍ରାନ୍ତ । ଲୋକାଲ୍ କଣ୍ଟାକ୍ଟ କେସ୍ ୧୪୬ଟି ରହିଛି ।
Covid-19 Report For 9th December
New Positive Cases: 343
In quarantine: 197
Local contacts: 146(Details of local contacts will be shared by concerned District Administration)
District Wise Cases:
1. Angul: 32
2. Balasore: 17
3. Bargarh: 18
4. Bhadrak: 4
5. Balangir: 19— I & PR Department, Odisha (@IPR_Odisha) December 10, 2020
୨୫ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ଏହି ସଂଖ୍ୟା ରହିଛି ୩୨ । ଅନୁଗୁଳରେ ଆଉ ୩୨ ଜଣ ଓ କଟକରୁ ୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକାଂଶ ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି ।
ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୨ହଜାର ୬୪୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୩ଲକ୍ଷ ୧୭ହଜାର ୪୧୨ ସଂକ୍ରମିତ । ରାଜ୍ୟରେ ବର୍ତ୍ତମାନ ୩ହଜାର ୩୮୩ଟି ଆକ୍ଟିଭ୍ କେସ୍ ରହିଛି ।
23. Sambalpur: 15
24. Sonepur: 1
25. Sundargarh: 41
26. State Pool: 7New recoveries: 442
Cumulative tested: 6281162
Positive: 322642
Recovered: 317412
Active cases: 3383— I & PR Department, Odisha (@IPR_Odisha) December 10, 2020
Comments are closed.