Latest Odisha News

BREAKING NEWS

ଠିଆ ହୋଇଥିବା ଗାଡ଼ିକୁ ପଛରୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଓ ଜଣେ ଗୁରୁତର

କଟକ: ଅଶୁଭ ମଙ୍ଗଳବାର । ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । କଟକ ମଙ୍ଗୁଳି ଛକରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରେଲରକୁ ପଛରୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛନ୍ତି । ଜଣେ ଗୁରୁତର ଅଛନ୍ତି । ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

କଟକ ମଙ୍ଗୁଳି ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ପାର୍କିଂ କରିଥିବା ଏକ ଆଙ୍ଗେଲ ବୋଝେଇ ଟ୍ରଲର ପଛରେ ପିଟି ହୋଇଥିଲା । ପିକଅପ ଭ୍ୟାନଟି ଚଣ୍ଡିଖୋଲ ପଟରୁ ଆସୁଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ଜୀବନ ଚାଲି ଯାଇଥିଲା । ମୃତାହତଙ୍କ ପରିଚୟ ମିଳି ପାରି ନାହିଁ । ତେବେ ସେମାନଙ୍କ ଘର ବାଲେଶ୍ୱର ଜିଲ୍ଲାରେ ବୋଲି ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.