Latest Odisha News

BREAKING NEWS

ଆଜି ରାଜ୍ୟରୁ ୩୫୭୭ କରୋନା ଆକ୍ରାନ୍ତ ଚିହ୍ନଟ, ଗତକାଲି ଅପେକ୍ଷା ସାମାନ୍ୟ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଯଦିଓ ଗତକାଲି ଅପେକ୍ଷା ଆଜି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୫୭୭ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩ହଜାର ୪୨୭ । ଆଜି ରାଜ୍ୟରେ ୬୬ହଜାର ୩୮୨ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୫.୩୮ ପ୍ରତିଶତ । ଆଜି କ୍ୱାରେଣ୍ଟାଇନରୁ ୨ହଜାର ୩୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ଶହ ୩୮ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୭୧, କଟକରୁ ୪୦୭, ଯାଜପୁରରୁ ୩୩୭, ପୁରୀରୁ ୨୩୭, ବାଲେଶ୍ୱରରୁ ଚିହ୍ନଟ ହୋଇଛନ୍ତି ଆଉ ୨୦୫ କରୋନା ପଜିଟିଭ୍ । ସେହିପରି ମୟୂରବଞ୍ଜରୁ ୧୮୭, ଭଦ୍ରକରୁ ୧୮୬, କେନ୍ଦ୍ରାପଡ଼ାରୁ ୧୪୧, ଅନୁଗୋଳରୁ ୧୨୭, ନୟାଗଡ଼ରୁ ୧୧୪ ଓ ଜଗତସିଂହପୁର ଜିଲ୍ଲାରୁ ଆଉ ୧୦୩ ସଂକ୍ରମିତ ହୋଇଛନ୍ତି ।

୧୯ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶେହରୁ କମ୍ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୭୭ହଜାର ୫୦୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୩୫ହଜାର ୧୩୨ ଆକ୍ରାନ୍ତ । ଏବେ ରାଜ୍ୟରେ ୩୮ହଜାର ୭୨୭ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.