Latest Odisha News

BREAKING NEWS

କରୋନା ଆଜି ଓଡ଼ିଶାରୁ ନେଲା ୪୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଯାଇଛି ଆଉ ୪୦ ଜୀବନ । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କଟକ ଓ ବରଗଡ଼ରୁ ସର୍ବାଧିକ ୫ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା ।

କୋରାପୁଟ, ମୟୂରଭଞ୍ଜ ଓ ରାୟଗଡ଼ା ଜିଲ୍ଲାରୁ ଆଉ ୪ ଜଣ ଲେଖାଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଝାରସୁଗୁଡ଼ା ଓ ଖୋର୍ଦ୍ଧାରେ ଆଉ ୩ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି । ବଲାଙ୍ଗିର, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ କରୋନା ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି ।

ସେହିପରି ଅନୁଗୋଳ, ମାଲକାନଗିରି, ନୟାଗଡ଼ ଜିଲ୍ଲାରୁ ଆଉ ଜଣେ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ହଜାର ୫୯୦କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁହାର ରହିଛି ୦.୪୦ ପ୍ରତିଶତ ।

Leave A Reply

Your email address will not be published.