ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ୪ ହଜାରରୁ କମ୍ ସଂକ୍ରମିତ । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୩ହଜାର ୬୩୧ ନୂଆ ଆକ୍ରାନ୍ତ । କ୍ୱରେଣ୍ଟାଇନରୁ ୨ହଜାର ୬୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ଶହ ୬୨ । ଖୋର୍ଦ୍ଧାରୁ ସର୍ବାଧିକ ୫୦୬ ଓ କଟକରୁ ୪୩୮ ଯାଜପୁରରୁ ଚିହ୍ନଟ ହୋଇଛନ୍ତି ୩୦୫ ସଂକ୍ରମିତ ।
Covid-19 Report For 16th June
New Positive Cases: 3631
In quarantine: 2069
Local contacts: 1562(Details of local contacts will be shared by concerned Dist Administration)
District Wise Cases:
1. Angul: 204
2. Balasore: 262
3. Bargarh: 50
4. Bhadrak: 178
5. Balangir: 36— I & PR Department, Odisha (@IPR_Odisha) June 17, 2021
ବାଲେଶ୍ୱରରୁ ୨୬୨, ଅନୁଗୋଳରୁ ୨୦୪, ପୁରୀରୁ ୧୯୯, ଭଦ୍ରକରୁ ୧୭୮, କେନ୍ଦ୍ରାପଡ଼ାରୁ ୧୨୦, ଢେଙ୍କାନାଳରୁ ୧୧୪, ମୟୂରଭଞ୍ଜରୁ ୧୧୨, ନବରଙ୍ଗପୁରରୁ ୧୦୮ ଓ ନୟାଗଡ଼ରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୬ ପଜିଟିଭି । ବାକି ୧୮ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।
22. Mayurbhanj: 112
23. Nawarangpur: 108
24. Nayagarh: 106
25. Nuapada: 19
26. Puri: 199
27. Rayagada: 79
28. Sambalpur: 37
29. Sonepur: 50
30. Sundargarh: 83
31. State Pool: 64— I & PR Department, Odisha (@IPR_Odisha) June 17, 2021
ନୂଆପଡ଼ା ଓ ଝାରସୁଗୁଡ଼ାରୁ ସବୁଠୁ କମ୍ ୧୯ ଜଣ ଲେଖାଏ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୬୬ହଜାର ୬୯୨କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୮ଲକ୍ଷ ୧୭ହଜାର ୩୫୯ । ଏବେ ରାଜ୍ୟରେ ୪୫ହଜାର ୮୦୯ ଆକ୍ଟିଭ୍ କେସ୍ ରହିଛି ।
New recoveries: 5579
Cumulative tested: 12899855
Positive: 866692
Recovered: 817359
Active cases: 45809— I & PR Department, Odisha (@IPR_Odisha) June 17, 2021
Comments are closed.