Latest Odisha News

BREAKING NEWS

ରାଜ୍ୟରେ ୧୨ ଦିନ ପରେ ୪୦ ତଳକୁ ଖସିଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧୨ ଦିନ ପରେ ୪୦ ତଳକୁ ଖସିଲା ଦୈନିକ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୩୯ ଜୀବନ ନେଇଛି କରୋନା । ୧୪ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗତ ୪ ତାରିଖରେ ରାଜ୍ୟରୁ ୩୯ ଜଣ ପ୍ରାଣ ହରାଇଥିଲେ । ତାପରଠରୁ ପ୍ରତିଦିନ ୪୦ରୁ ଅଧିକ ଆକ୍ରାନ୍ତଙ୍କ ଜୀବନ ନେଉଥିଲା ପ୍ରାଣଘାତୀ କରୋନା ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଛି । କଟକ, ଝାରସୁଗୁଡ଼ା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୪ ଜଣ ଲେଖାଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ଗଞ୍ଜାମ, କଳାହାଣ୍ଡି ଓ ଜଗତସିଂହପୁର ଜିଲ୍ଲାରୁ କରୋନା ନେଇଛି ୩ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ ।

ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୨ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ବରଗଡ଼, ଢେଙ୍କାନାଳ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ଆଉ ଜଣେ ଲେଖାଏ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ହଜାର ୪୭୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.