Latest Odisha News

BREAKING NEWS

ଓଡ଼ିଶାରୁ କରୋନା ନେଲା ୩୭ ଜୀବନ, ଜୁନରେ ଆଜି ସୁଦ୍ଧା ଗଲାଣି ୭୦୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ୪୦ ତଳକୁ ଖସିଛି । ୨୪ ଘଣ୍ଟାରେ ଆଉ ୩୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୪ ଜିଲ୍ଲାରୁ ସଂକ୍ରିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କ ପ୍ରାଣ ହରାଇଛନ୍ତି । ସେହିପରି କଟକ, ଝାରସୁଗୁଡ଼ା, କଳାହାଣ୍ଡି ଜିଲ୍ଲାରୁ ଆଉ ୪ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି ।

ବରଗଡ଼, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର, ଦେବଗଡ଼, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାରୁ କରୋନା ନେଇଛି ଆଉ ୨ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ ।

ଗଜପତି, ମୟୂରଭଞ୍ଜ ଓ ସମ୍ୱଲପୁର ଜିଲ୍ଲାରୁ ଆଉ ଜଣେ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ହଜାର ୫୦୮କୁ ବୃଦ୍ଧି ପାଇଛି । ଜୁନ୍ ୧ ତାରିଖରୁ ଆଜି ଭିତରେ କେବଳ ୭୫୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.