Latest Odisha News

BREAKING NEWS

ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ପୁରୀ: ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କର ଅଣସର ପିଣ୍ଡିରେ ଗୁପ୍ତ ସେବା ଚାଲିଛି । ସୁସ୍ଥ ହେବେ ମହାପ୍ରଭୁ । ଜ୍ୱର ପୀଡ଼ା ଲାଘବ ପାଇଁ ଆଜି ଶ୍ରୀଜିଉଙ୍କର ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏହି ତେଲ ଲାଗୁ କରାଯାଇଥାଏ । ପୁରୀର ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ତେଳ ପ୍ରସ୍ତୁତ କରି ଯୋଗାଇ ଦିଆଯାଏ ।

BjdElectrycity

ବର୍ଷେ ତଳେ କର୍ପୁର, ଚୁଆ, ପିଙ୍ଗଳ, ପରଖ, ସୁବାସିତ ପୁଷ୍ପ ସହ ଘଣାପେଡ଼ା ରାଶିତେଲକୁ ମାଟି ତଳେ ପୋତି ପ୍ରସ୍ତୁତ କରାଯାଇଥାଏ ଫୁଲୁରୀ ତେଲ । ଆଜି ଏହାକୁ ମାଟି ତଳୁ ବାହାର କରି ଶ୍ରୀମନ୍ଦିରକୁ ପଠାଯିବ । ଅଣସର ଘରେ ଦଇତା ସେବାୟତମାନେ ଏହାକୁ ଜ୍ୱରରେ ପୀଡ଼ିତ ଶ୍ରୀଜିଉମାନଙ୍କର ଶ୍ରୀଅଙ୍ଗରେ ମର୍ଦ୍ଦନ କରିବେ । ଏହାପରେ ସୁସ୍ଥ ହେବେ ମହାପ୍ରଭୁ ।

Leave A Reply

Your email address will not be published.