Latest Odisha News

BREAKING NEWS

ବିଦେଶ ଯାଉଥିବା ଛାତ୍ରଛାତ୍ରୀଙ୍କୁ କୋଭିସିଲ୍ଡ ଟିକା, ଦୁଇଟି ସ୍ଥାନରେ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶାରୁ ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀ କୋଭିସିଲ୍ଡ ଟିକା ନେଇ ଯାଇପାରିବେ । ଏହି ଟିକାର ଦୁଇଟି ଡୋଜ୍ ନେଇଥିଲେ ବିଦେଶରେ ପ୍ରବେଶ ଅନୁମତି ମିଳିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଟିକାକରପଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଦୁଇଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯାଇଛି ।

ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଖୋର୍ଦ୍ଧା ପି.ଏନ୍. କଲେଜ ଓ କଟକ ମହାନଗର ନିଗମ ପକ୍ଷରୁ ଗୋପାଳପୁର ସ୍ଥିତ ସିଏମସି କଲ୍ୟାଣ ମଣ୍ଡପରେ ଟିକାକରଣ ବ୍ୟବସ୍ଥା କରାଯାଇଛି । ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀ ଏଠାକୁ ଆସି ସିଧାସଳଖ ଟିକା ନେଇପାରିବେ । ସୋମବାରରୁ ଶୁକ୍ରବାର ଯାଏ ଟିକାକରଣ ଚାଲିବ ।

ଟିକା ନେବା ବେଳେ ସାଙ୍ଗରେ ବିଦେଶ ବିଶ୍ୱବିଦ୍ୟାଳୟର କାଗଜପତ୍ର, ଆଧାର କାର୍ଡ କିମ୍ୱା ଅନ୍ୟ ଯେକୌଣସି ପରିଚୟ ପ୍ରମାଣପତ୍ର ଆଣିବେ । ନିର୍ଦ୍ଧିରିତ ଦିନଗୁଡ଼ିକରେ ସକାଳ ୧୦ଟାରୁ ଦିନ ୨ଟା ଯାଏ ଟିକାକରଣ ଚାଲିବ । ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ସେମାନଙ୍କୁ ଟିକାର ଦ୍ୱିତୀୟ ଡୋଜ୍ ଦିଆଯିବ ।

Leave A Reply

Your email address will not be published.