Latest Odisha News

BREAKING NEWS

ରାଜ୍ୟରେ ଆଉ ୫ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୩୪ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଖୋର୍ଦ୍ଧାରୁ ୩ ଓ ଗଞ୍ଜାମ ଜିଲ୍ଲାର ୨ ଜଣ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧାର ଭୁବନେଶ୍ୱରରେ ରହୁଥିବା ଜଣେ ୫୧ ବର୍ଷୀୟ ବ୍ୟକ୍ତି ଏବଂ ଅନ୍ୟ ଜଣେ ୬୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଫୁସଫୁସ୍ ଜନିତ ସମସ୍ୟା ଥିବା ବେଳେ ଅନ୍ୟଜଣେ ମଧୁମେହ ରୋଗରେ ପୀଡିତ ଥିଲେ।

ସେହିପରି ଗଞ୍ଜାମର ୩ ମୃତକଙ୍କ ମଧ୍ୟରେ ୫୦ ବର୍ଷ, ୨୭ ବର୍ଷ ଓ ୩୫ ବର୍ଷ ବୟସ୍କ ବ୍ୟକ୍ତି ରହିଛନ୍ତି। ସମସ୍ତେ ପୁରୁଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ ବର୍ଷ ବୟସ୍କ ବ୍ୟକ୍ତି ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପିଡିତ ଥିଲେ ବୋଲି ସୂଚନା ମିଳିଛି।

ଅଧିକ ପଢନ୍ତୁ: ଓଡିଶାର ୨୪ ଜିଲ୍ଲାରୁ ନୂଆ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ

ଉଲ୍ଲେଖଯୋଗ୍ୟ, କରୋନା ହଟସ୍ପଟ୍ ବୋଲାଉଥିବା ଗଞ୍ଜାମରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ୪, ବରଗଡ ୧, ଅନୁଗୁଳ ୧ ଓ ପୁରୀରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

Comments are closed.