Latest Odisha News

BREAKING NEWS

ଟୋକିଓ ପାରାଲିମ୍ପିକ୍ସ ଜାଭେଲିନ୍ ଥ୍ରୋରେ ଭାରତକୁ ଡବଲ୍ ମେଡାଲ୍

ଟୋକିଓ: ପାରାଲିମ୍ପିକ୍ସରେ ଆଜି ଭାରତୀୟ କ୍ରୀଡ଼ାବିତଙ୍କ ଦିନ । ସ୍ୱର୍ଣ୍ଣରୁ ଆରମ୍ଭ  । ପଛକୁ ପଛ ପଦକ ପରେ ପଦକ ଆସୁଛି । ଜାଭେଲିନରେ ଭାରତ ଜିତିଛି ଦୁଇଟି ପଦକ । ଦେବେନ୍ଦ୍ର ଝାଝାରିଆଙ୍କୁ ରୌପ୍ୟ ଓ ସୁନ୍ଦର ସିଂ ଗୁର୍ଜର ବ୍ରୋଞ୍ଜ ମେଡାଲ୍ ହାସଲ କରିଛନ୍ତି । ଜାଭେନିଲ୍ ଥ୍ରୋ କ୍ଲାସ F46 ବର୍ଗରେ ଭାରତ ଦୁଇଟି ପଦକ ନିଜ ନାଁରେ କରିଛି ।

ଜାଭେନିଲ୍ ଥ୍ରୋରେ ଭାରତୀ ପଦକ ଦାବିଦାର ଥିଲା । ୪୦ ବର୍ଷୀୟ ଦେବେନ୍ଦ୍ର ଝାଝାରିଆ ଅଲିମ୍ପିକ୍ସରେ ତୃତୀୟ ପଦକ ଜିତିଛନ୍ତି । ଟୋକିଓରେ ସେ ୬୪.୩୫ ମିଟର ଥ୍ରୋ କରିଥିଲେ । ସୁନ୍ଦର ସିଂ ୬୪.୦୧ ମିଟର ଫିଙ୍ଗିଥିଲେ । ୬୭.୭୯ମିଟର ଥ୍ରୋ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଶ୍ରୀଲଙ୍କାର ମୁଡିଆନସେଲେଜ୍ ହେରାଥ ।

ଦେବେନ୍ଦ୍ର ଝାଝାରିଆ ପୂର୍ବରୁ ରିଓ ଓ ଏଥେନ୍ସ ଅଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ଜିତିଥିଲେ । ସେହିପରି ପାରାଲିମ୍ପିକ୍ସରେ ମୋଟ୍ ୫ଟି ପଦକ ହାତେଇଛନ୍ତି ଦେବେନ୍ଦ୍ର । ଏହାକୁ ମିଶାଇ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.