Latest Odisha News

BREAKING NEWS

ନିଆରା ଅନ୍ଦାଜ୍‌ରେ ମାଲଦ୍ୱୀପରେ ଛୁଟି କଟାଉଛନ୍ତି ସୋନାକ୍ଷୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ମାଲଦ୍ୱୀପରେ ସମୟ ବିତାଉଛନ୍ତି। ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବା କାରଣରୁ ୧୮.୭ ନିୟୁତ ପ୍ରଶଂସକ ଇନଷ୍ଟାଗ୍ରାମରେ ତାଙ୍କୁ ଅନୁସରଣ କରନ୍ତି। ସୋନାକ୍ଷୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କିଛି ଫଟୋ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି।

ସୋନାକ୍ଷୀ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି କହିଛନ୍ତି ଯେ ସେ ପାଣିରେ ବହୁତ ଆନନ୍ଦ ମିଳିଥାଏ। ଫଟୋରେ ସୋନାକ୍ଷୀଙ୍କୁ ଏକ ଧଳା ରଙ୍ଗର ଟପ୍‌ ପରିଧାନ କରି ମାଲଦ୍ୱୀପର ବିଚ୍‌ରେ ବସିଥିବା ଦେଖିବାକୁ ମିଳିଛି। ସେମାନଙ୍କ ପଛରେ ଥିବା ଛବିରେ ସୂର୍ଯ୍ୟାସ୍ତର ଏକ ଅତି ସୁନ୍ଦର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଯାହା ତାଙ୍କର ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ଏପର୍ଯ୍ୟନ୍ତ ଏହି ଫଟୋଟି ୨ ଲକ୍ଷ ୫୦ ହଜାରରୁ ଅଧିକ ଲାଇକ୍ ମିଳିସାରିଛି।

Leave A Reply

Your email address will not be published.