Latest Odisha News

BREAKING NEWS

ଆଜି ରାଜ୍ୟରୁ ୬୪୯ କରୋନା ସଂକ୍ରମିତ, ୧୮ବର୍ଷରୁ କମ୍ ବର୍ଗରେ ୧୦୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଉପର ତଳ ହେଉଛି । କେବେ ସାମାନ୍ ବଢୁଛି ତ କେବେ ଖସୁଛି । ୬୦୦ରୁ ୮୦୦ ଭିତରେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷରୁ କମ୍ ବର୍ଗରେ ଆଉ ୧୦୩ ଜଣ ସଂକ୍ରମିତ ହୋଇଛନ୍ତି । ୨୪ ଘଣ୍ଟାରେ ୬୦ହଜାର ୨୯୮ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୦୭ ପ୍ରତିଶତ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୪, ବାଲେଶ୍ୱରରୁ ୩୭, ଜଗତସିଂହପୁରରୁ ୩୭, ଯାଜପୁରରୁ ୩୦, ମୟୂରଭଞ୍ଜରୁ ୩୦ ସଂକ୍ରମିତ ବାହାରିଛନ୍ତି । ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଭିତରେ ରହିଛି । ଆଜି ସୁବର୍ଣ୍ଣପୁର ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।

ରାଜ୍ୟରେ ଆଉ ୬ ଜଣଙ୍କୁ ମିଶାଇ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ ହଜାର ୯୮ରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୧୬ହଜାର ୩୬୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୧ହଜାର ୨୫୪ ଆକ୍ରାନ୍ତ । ଏବେ ରାଜ୍ୟରେ ୬ହଜାର ୯୫୭ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.