Latest Odisha News

BREAKING NEWS

କିଏ ସମ୍ଭାଳିବେ ଗୁଜରାଟ ମୁଖ୍ୟମନ୍ତ୍ରୀ ଗାଦି ? ଆଜି ନିଷ୍ପତ୍ତି, କାଲି ଶପଥ

ଅହମ୍ମଦାବାଦ: ଗୁଜରାଟରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? ବିଜୟ ରୂପାନୀଙ୍କ ଇସ୍ତଫା ପରେ କାହାକୁ ବିଜେପି ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବ ତାକୁ ନେଇ ଚର୍ଚ୍ଚା । ନୂଆ ନେତା ଚୟନ ନେଇ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ଗୁଜରାଟରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ।

ସେ ବିଜେପି ରାଜ୍ୟ ସଭାପତି ଓ ଅନ୍ୟ ନେତାଙ୍କ ସହ ଆଲୋଚନା କରିବେ । ଏହାପରେ ବିଧାୟକ ଦଳ ବୈଠକରେ ନୂଆ ନେତା ଚୟନ କରାଯିବ । ମିଳିଥିବା ସୂଚନା ଅନୁସାରେ, ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଶପଥ ନେବେ ।

ମୁଖ୍ୟମନ୍ତ୍ରୀ ରେସରେ ୪ଜଣ ବରିଷ୍ଠ ନେତାଙ୍କ ନାଁ ସାମନାକୁ ଆସୁଛି । ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍, ରାଜ୍ୟ କୃଷିମନ୍ତ୍ରୀ ଆରସି ଫାଲଦୁ, କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଓ ମନସୁଖ ମାଣ୍ଡଭିୟ । ଏମାନଙ୍କ ଭିତରୁ କିଏ ନା ଆଉ କାହାକୁ ଦଳ ଗୁଜରାଟ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇବା ତାଉପରେ ନଜର ରହିଛି ।

କୁହାଯାଉଛି ପଟିଦାର ସମ୍ପ୍ରଦାୟକୁ କେହି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । କାରଣ ୨୦୧୭ ନିର୍ବାଚନରେ ଏହି ସମ୍ପ୍ରଦାୟରୁ ବିଜେପିକୁ ଟେନସନ୍ ଥିଲା । ନୀତିନ ପଟେଲ ଓ ମନସୁଖ ମାଣ୍ଡଭିୟ ପ୍ରଭାବଶାଳୀ ପଟିଦାର ସମ୍ପ୍ରଦାୟରୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ରେସରେ ଥିବା ନାଁ ମଧ୍ୟରୁ କେବଳ ନୀତିନ ପଟେଲ ବିଧାୟକ ଅଛନ୍ତି ।

ଯଦି ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ତେବେ ଆଗାମୀ ୬ ମାସ ଭିତରେ ନିର୍ବାଚନ କରିବାକୁ ପଡ଼ିବ । ଅର୍ଥାତ ରାଜ୍ୟ ବିଧାନସଭାରେ ସଦସ୍ୟ ନଥାଇ କେହି ମୁଖ୍ୟମନ୍ତ୍ରୀ ହେଲେ କୌଣସି ଗୋଟିଏ ଆସନରେ ଉପନିର୍ବାଚନ କରିବାକୁ ପଡ଼ିବ । ଆସନ୍ତାକାଲି ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ । ତାପୂର୍ବରୁ ବିଜେପି ଉପନିର୍ବାଚନ ସାମନା କରିବ ନାହିଁ । ତେଣୁ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ତାଉପରେ ଏବେ ନଜର ।

Leave A Reply

Your email address will not be published.