Latest Odisha News

BREAKING NEWS

ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଗୋଲାପ ଫୁଲ, ସଚେତନ କଲା ପୋଲିସ

ଅଯୋଧ୍ୟା: ଅଯୋଧ୍ୟାରେ ଲୋକଙ୍କୁ ଟ୍ରାଫିକ ନିୟମ ପ୍ରତି ସଚେତନ କରିବାକୁ ପୋଲିସ ଏକ ନିଆରା ପଦକ୍ଷେପ ନେଇଛି । ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଗୋଲାପ ଫୁଲ, ସଚେତନ କରିଛି ପୋଲିସ

ଅଯୋଧ୍ୟାରେ ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କର ଚାଲାଣ କଟା ଯାଇ ନାହିଁ କି କୌଣସି ଦଣ୍ଡ ଦିଆଯାଇନାହିଁ । ବରଂ ନିୟମ ଉଲଙ୍ଘନକାରୀଙ୍କୁ ଗୋଲାପ ଫୁଲ ଦିଆଯାଇଛି । ଏଆରଟିଓ ଓ ପୋଲିସ ଷ୍ଟେସନ ଇନଚାର୍ଜ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଗୋଲାପ ଫୁଲ ଦେଇଛନ୍ତି । ଯାହାଫଳରେ ଲୋକଙ୍କ ମନରେ ଉତ୍ସାହ ଦେଖା ଦେଇଥିଲା ଓ ସେମାନେ ଟ୍ରାଫିକ ନିୟମ ପାଳନ କରିବାକୁ ଅପିଲ କରିଥିଲେ ।

ଏଆରଟିଓ ନନ୍ଦ କୁମାର କହିଛନ୍ତି, ସଡକ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ହେଲମେଟ୍ ଓ ସିଟବେଲ୍ଟ ବ୍ୟବହାର କରିବାକୁ ଏବଂ ଆବଶ୍ୟକତା ଠାରୁ ଦ୍ରୁତ ଗତିରେ ଗାଡି ନ ଚଲାଇବାକୁ ଲୋକଙ୍କୁ ଅପିଲ କରାଯାଉଛି ଯେପରି ଦୁର୍ଘଟଣା ଏଡାଇ ଦିଆଯାଇପାରିବ ।

ଉତ୍ତର ପ୍ରଦେଶ ପୋଲିସର ଏକ ନୂଆ ଚେହେରା ସାମ୍ନାକୁ ଆସିଛି । ଟ୍ରାଫିକ ନିୟମ ପ୍ରତି ଲୋକଙ୍କୁ ସଚେତନ କରିବାକୁ ଅଯୋଧ୍ୟା ପ୍ରଶାସନର ଏହି ପଦକ୍ଷେପକୁ ଲୋକେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.