Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୭୭୧ କରୋନା ପଜିଟିଭ୍, ଆଉ ୧୧୭ ପିଲା ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ କରୋନାର ଦୈନିକ ସଂକ୍ରମଣ ଏବେ ସ୍ଥିର ସ୍ଥିତିରେ ରହୁଛି । ୬ଶହରୁ ୮ଶହ ଭିତରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୬୫ହଜାର ୩୭ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୭୭୧ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୦-୧୮ ବର୍ଷ ଭିତରେ ଆଉ ୧୧୭ ଜଣ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ପଜିଟିଭ୍ ହାର୍ ୧.୧୮ ପ୍ରତିଶତ ରହିଛି ।

ଆଜି ୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଖୋର୍ଦ୍ଧାର ଜିଲ୍ଲାରୁ ସର୍ବାଧିକ ୩୨୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକରୁ ୭୧, ବାଲେଶ୍ୱରରୁ ୪୧, ଯାଜପୁରରୁ ୩୪ ଓ ପୁରୀରୁ ଆଉ ୨୧ ସଂକ୍ରମିତ ହୋଇଛନ୍ତି । ବାକି ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ଆଜି ବୌଦ୍ଧ, ଗଜପତି, କନ୍ଧମାଳ ଓ ସୁବର୍ଣ୍ଣପୁର ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।


ରାଜ୍ୟରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୧୪ହଜାର ୩୩୮କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୯୯ହଜାର ୧୬୫ ଆକ୍ରାନ୍ତ । ଏବେ ରାଜ୍ୟରେ ୭ହଜାର ୪୨ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.