Latest Odisha News

ଆଜି ରାଜ୍ୟରୁ ୯୭ କରୋନା ପଜିଟିଭ୍, ୯ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ଶହେରୁ କମ୍ କରୋନା ସଂକ୍ରମିତ ହେଉଛନ୍ତି । ମହାମାରୀ ନିୟନ୍ତ୍ରଣକୁ ଆସୁଛି । ହଜାରେ ତଳକୁ ଖସିଛି କରୋନା ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୫୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୯ଟି ।

୨୧ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୬ ପଜିଟିଭ୍ ବାହାରିଛନ୍ତି । ବାକି ୨୦ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

୯ଟି ଜିଲ୍ଲା ଭଦ୍ରକ, ବୌଦ୍ଧ, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୟାଗଡ଼, ନବରଙ୍ଗପୁର, ସୁବର୍ଣ୍ଣପୁରରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହଇ ନାହାନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୫ହଜାର ୪୬୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୨ହଜାର ୬୧୧ ଆକ୍ରାନ୍ତ । ଏବେ ରାଜ୍ୟରେ ୮୯୪ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.