Latest Odisha News

BREAKING NEWS

ଗତକାଲି ଅପେକ୍ଷା ଆଜି ରାଜ୍ୟରୁ ପାଖାପାଖି ୩ଶହ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତିନି ଦିନ କମିବା ପରେ ଆଜି ପୁଣି ଥରେ ବଢ଼ିଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଆକ୍ରନ୍ତଙ୍କ ସଂଖ୍ୟାରେ ପାଖାପାଖି ୩୦୦ ବୃଦ୍ଧି ହୋଇଛି । ଗତକାଲି ରାଜ୍ୟରୁ ୪୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୭୩୪ ପଜିଟିଭ୍ । ୧୮ ବର୍ଷ ଭିତରେ ଆଉ ୧୦୧ ଜଣ ସଂକ୍ରମିତ ହୋଇଛନ୍ତି ।

ଆଜି ୨୫ ଜିଲ୍ଲାରୁ ବାହାରିଛନ୍ତି ନୂଆ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ୩୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୯୧, ଜଗତସିଂହପୁରରୁ ୩୨, ବାଲେଶ୍ୱରରୁ ୩୦, ଯାଜପୁରରୁ ୨୯, ମୟୂରଭଞ୍ଜରୁ ଚିହ୍ନଟ ହୋଇଛନ୍ତି ଆଉ ପଜିଟିଭ୍ । ବାକି ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି ।

ଆଉ ୪ ଜଣଙ୍କୁ ମିଶାଇ ରାଜ୍ୟରୁ କରୋନା ନେଲାଣି ମୋଟ୍ ୮ହଜାର ୧୫୦ ଆକ୍ରାନ୍ତଙ୍କ ଜୀବନ । ରାଜ୍ୟରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୨୧ହଜାର ୯୫୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୮ହଜାର ୨୨୬ । ଏବେ ରାଜ୍ୟରେ ୫ହଜାର ୫୨୧ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.