Latest Odisha News

BREAKING NEWS

ଶହେ ଛେଳି ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍

ନୟାଗଡ଼: ଛେଳିପଲ ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ । ଏଥିରେ ଶହେ ଛେଳିଙ୍କର ମୃତ୍ୟୁ ହୋଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ା ଝୋଲା-ଓଡ଼ଗାଁ ରାସ୍ତାରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରୁ ଚମ୍ପଟ ମାରିଛି ଟ୍ରକ ଡ୍ରାଇଭର ।

ଗତକାଲି ରାତିରେ ଗୌଡ଼ପୁଟ ପଞ୍ଚାୟତର ଜଣେ ଛେଳି ମାଲିକ ପାଖାପାଖି ଅଢ଼େଇ ଶହରୁ ଅଧିକ ଛେଳିଙ୍କୁ ଧରି ବାହାଡା ଝୋଲକୁ ଯାଉଥିଲେ । ଏତିକିବେଳେ ଦ୍ରୁତଗତିରେ ଆସୁଥିବା ବାଲି ବୋଝେଇ ଟ୍ରକ ଛେଳିପଲ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ଶତାଧିକ ଛେଳିଙ୍କର ମୃତ୍ୟୁ ହୋଇଛି । ଓଡ଼ଗାଁ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.