Latest Odisha News

BREAKING NEWS

ଆଉ ୨ଟି ଭାରତୀୟ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍’ ଟ୍ୟାଗ୍‌ ପ୍ରଦାନ

ନୂଆଦିଲ୍ଲୀ: ଭାରତରେ ଆଉ ୨ଟି ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍’ ଟ୍ୟାଗ୍‌ ପ୍ରଦାନ କରାଯାଇଛି। ଯାହା ଆନ୍ତର୍ଜାତୀୟ ଇକୋ ସ୍ତରୀୟ ଟ୍ୟାଗ୍ ଅଟେ। ଏ ନେଇ ମଙ୍ଗଳବାର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

‘ବ୍ଲୁ ଫ୍ଲାଗ୍’ ଟ୍ୟାଗ୍‌ ମିଳିଥିବା ୨ଟି ବେଳାଭୂମି ହେଉଛି ତାମିଲନାଡୁର କୋଭାଲାମ ଏବଂ ପୁଡୁଚେରୀର ଇଡେନ୍ ବୋଲି ମନ୍ତ୍ରଣାଳୟ କହିଛି।

ଏଫ୍‌ଇଇ ପକ୍ଷରୁ ଗତ ବର୍ଷ ଶିବରାଜପୁର- ଗୁଜୁରାଟ, ଘୋଗଲା-ଡିୟୁ, କାସାର୍କୋଡ୍ ଏବଂ ପାଦୁବିଡ୍ରି-କର୍ଣ୍ଣାଟକ, କପଡ-କେରଳ, ଏହି ଆଠଟି ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍’, ରୁଶିକୋଣ୍ଡା- ଆନ୍ଧ୍ରପ୍ରଦେଶ, ସୁବର୍ଣ୍ଣ-ଓଡିଶା ଏବଂ ରାଧନଗର- ଆଣ୍ଡାମାନ ଏବଂ ନିକୋବର ବ୍ଲୁ ଫ୍ଲାଗ୍ ଟ୍ୟାଗ୍‌ ପ୍ରଦାନ କରାଯାଇଥିଲା। ଏହି ଆଠଟି ବେଳାଭୂମି ଗତ ବର୍ଷ ଅକ୍ଟୋବର ୬ ରେ ବ୍ଲୁ ଫ୍ଲାଗ୍ ଟ୍ୟାଗ୍‌ ମିଳିଥିଲା।

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ ଟ୍ୱିଟରରେ ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ସ୍ୱଚ୍ଛ ଏବଂ ସବୁଜ ଭାରତ ଅଭିମୁଖେ ଯାତ୍ରାର ଏହା ହେଉଛି ଆଉ ଏକ ମାଇଲଖୁଣ୍ଟ।

Leave A Reply

Your email address will not be published.