Latest Odisha News

BREAKING NEWS

ରେରା ବିଜ୍ଞପ୍ତିରେ ହେଲା ସଂଶୋଧନ

ଭୁବନେଶ୍ବର: ରେରା ବିଜ୍ଞପ୍ତିରେ ହେଲା ସଂଶୋଧନ। ଏଣିକି ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୧ପ୍ରତିଶତ ଅର୍ଥର ୭୦ ପ୍ରତିଶତ ରେରା ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ଖାତାରେ ରହିପାରିବ। ୫ ବର୍ଷ ପାଇଁ ଏହି ଟଙ୍କା ରହିବ। ଯଦି ଆକାଉଣ୍ଟରେ ଏହାଠାରୁ ଅଧିକ ଅର୍ଥ ଥାଏ, ତାହାଲେ ତାହାକୁ ବିଲ୍ଡର ଉଠାଇପାରିବେ। ଏଥିପାଇଁ ବାସଗୃହ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର ନିୟମରେ ସଂଶୋଧନ ଆଣିଛି ଓରେରା।

 

ଗତ ଜୁଲାଇରେ ରେରା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର ପାଇବା ଲାଗି ବିଲ୍ଡରଙ୍କୁ  ୬ଟି ସର୍ତ୍ତ ସହ ୭୦ ପ୍ରତିଶତ ରେରା ସ୍ବୀକୃତିପ୍ରାପ୍ତ ଆକାଉଣ୍ଟରେ ବଳକା ଥିବା ସମସ୍ତ ଅର୍ଥ ୫  ବର୍ଷ ପାଇଁ ସିକ୍ୟୁରିଟି ମନି ଭାବେ ରଖିବାକୁ କୁହାଯାଇଥିଲା। ପରେ ରିଅଲ ଇଷ୍ଟେଟ୍ ସଂଘର ଦାବି ପରେ ନିୟମକୁ  କୋହଳ କରିଛି ଓଡ଼ିଶା ରେରା। ଦେଶର ବିଭିନ୍ନ ରାଜ୍ୟରେ ଥିବା ନିୟମକୁ ଅନୁଶୀଳନ କରି ଏହି ନିଷ୍ପତ୍ତି ନିଆଯାଇଥିବା ଓରେରା ଅଧ୍ୟକ୍ଷ କହିଛନ୍ତି।

 

Comments are closed.