ସୁନ୍ଦରଗଡ଼: ଚିକିତ୍ସା ପରେ ନିଜ ରାଜ୍ୟକୁ ଫେରି ଯାଇଛନ୍ତି ସୁନ୍ଦରଗଡରୁ ଉଦ୍ଧାର ହୋଇଥିବା ମା’-ଝିଅ । ସେମାନଙ୍କୁ ନେବାପାଇଁ ତାଙ୍କର ସମ୍ପର୍କୀୟ ଆସିଥିଲେ । ସୁନ୍ଦରଗଡ ଟାଉନ ଥାନା ପୋଲିସ ମା’ ଓ ଝିଅଙ୍କୁ ପରିବାରକୁ ହସ୍ତାନ୍ତର କରିଛି ।
ଉଲଗ୍ନ ଅବସ୍ଥାରେ ବୁଲୁଥିବା ମା’ ଓ ଝିଅଙ୍କୁ ବିଧାୟିକ କୁସୁମ ଟେଟେ ଉଦ୍ଧାର କରି ପୋଷାକ ଦେଇଥିଲେ । ପରେ ସେମାନଙ୍କୁ ଆସ୍ଥା ଗୃହରେ ରଖାଇ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ସାମାନ୍ୟ ସୁସ୍ଥ ହେବା ପରେ ନିଜ ପରିଚୟ କହିଥିଲେ ମା’ ଓ ଝିଅ ।
ପଚରାଉଚରା ପରେ ଉଭୟଙ୍କ ଘର ଛତିଶଗଡ଼ର ତୁମଲା ଥାନା ଖାରିବହାଲ ଗାଁରେ ବୋଲି ଜାଣିବାକୁ ମିଳିଥିଲା । ସୁନ୍ଦରଗଡ଼ ପୁଲିସ ପରିବାର ଲୋକଙ୍କୁ ଖୋଜି ବାହାର କରିଥିଲା । ସୁନ୍ଦରଗଡ଼ ଟାଉନ୍ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅଙ୍କ ବୟାନ ରେକର୍ଡ୍ କରାଯାଇଥିଲା। ଶେଷରେ ଆଜି ଭୋର ୫ଟାରେ ପରିବାର ସହ ମାଆଝିଅ ନିଜ ଗାଁ ଅଭିମୁଖେ ଯାତ୍ରା କରିଛନ୍ତି। ଯିବା ପାଇଁ ପୋଲିସ ପକ୍ଷରୁ ଗାଡିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିବା ପରେ ସେ ୮ ବର୍ଷ ହେବ ମାନସିକ ଭାରସାମ୍ୟ ହରାଇଥିଲେ । ୪ ଦିନ ହେବ ସେ ଘର ଛାଡ଼ି ଚାଲି ଆସିଥିଲେ ବୋଲି ପରିବାର ଲୋକେ କହିଥିଲେ। ଅନ୍ୟପକ୍ଷେ ମହିଳା ନିଜେ କହିଥିଲେ, ଯେ, ଦିଅର ତାଙ୍କୁ ଓ ତାଙ୍କ ଝିଅଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲା । କିନ୍ତୁ ପରିବାର ଲୋକଙ୍କ ପକ୍ଷରୁ ଏପରି ଅଭିଯୋଗକୁ ମିଛି ବୋଲି କୁହାଯାଇଛି ।
Comments are closed.