Latest Odisha News

BREAKING NEWS

ସୈତାନ ସ୍ବାମୀ : ସ୍ତ୍ରୀକୁ ମାରି ରାସ୍ତାକଡ଼କୁ ଫିଙ୍ଗିଦେଲା, ପରେ ଥାନାରେ କଲା ଆତ୍ମସମର୍ପଣ

ଭଦ୍ରକ: ସୈତାନ ସାଜିଲା ସ୍ବାମୀ ।  ନିଜ ସ୍ତ୍ରୀକୁ ମାରି ରାସ୍ତା କଡକୁ ଫିଙ୍ଗିଦେଲା ସ୍ବାମୀ  । ଏମିତି କିଛି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ବଡପଦା ଉକ ନିକଟରେ । ମୃତକ ରାଧାରାଣୀ ବୋଲି ଜଣାପଡିଛି  । ସୂଚନା ମୂତାବକ ରାଧାରାଣୀ କିଛି ବର୍ଷ ତଳେ ବିନାୟକପୁର ଗାଁର ଦିପୁ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଉଭୟ କାମ କରିବା ଲାଗି ବାହାର ରାଜ୍ୟକୁ ପଳାଇ ଯାଇଥିଲେ । ସେମାନଙ୍କର ଏକ ବର୍ଷର ଶିଶୁ କନ୍ୟା ମଧ୍ୟ ରହିଛି । ଗତକାଲି ଦିପୁ ଏବଂ ରାଧାରାଣୀ ଗାଁକୁ ଫେରିଥିଲେ  । ଏବଂ ଏହି କଥା ରାଧାରାଣୀ ତାଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଜଣାଇଥିଲେ ।

କିନ୍ତୁ ଆଜି ସକାଳୁ ହଠାତ୍ ଏକ ବୁଦାମୂଳରୁ ରାଧାରାଣୀଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ପରେ କିଛି ସ୍ଥାନୀୟ ଲୋକେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା  । ସପଟେ ରାଧାରାଣୀଙ୍କ ସ୍ବାମୀ ଦିପୁ ଥାନାରେ ପହଞ୍ଚି ନିଜ ସ୍ତ୍ରୀକୁ ହତ୍ୟା କରି ରାସ୍ତାକଡରେ ଫିଙ୍ଗି ଦେଇଥିବା ମାନିଛି  । ତେବେ କଣ ପାଇଁ ଦିପୁ ଏଭଳି କାଣ୍ଡ ଘଟାଇଛି , ତାହା ଏପର୍ଯ୍ୟନ୍ତ ଜଣାପଡିନି  । ପୋଲିସ ଦିପୁକୁ ଅଟକ ରଖି ଅଧିକ ପଚରାଉଚରା କରୁଛି  ।

Leave A Reply

Your email address will not be published.