Latest Odisha News

BREAKING NEWS

ଗ୍ରୀଷ୍ଣ ପ୍ରବାହ ଲାଗି ରାଜ୍ୟରେ କୋଭିଡ୍ ଟିକାକରଣ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି କୋଭିଡ୍ ଟିକାକରଣ ସମୟରେ ପରିବର୍ତ୍ତନ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସମସ୍ତ ମହାନଗର ନିଗମ କମିଶନରଙ୍କୁ ଏନେଇ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

Odisha Revised Timing For Covid-19 Vaccination

ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଟିକାକରଣ କେନ୍ଦ୍ରରେ ସକାଳ ୮ଟାରୁ ଦିନ ୧୨ଟା ଯାଏ ଟିକା ଦିଆଯିବ । ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ତୁରନ୍ତ ଲାଗୁ କରିବା ସହ ଟିକାକରଣ କେନ୍ଦ୍ରରେ ପର୍ଯ୍ୟାପ୍ତ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଟିକାକରଣ କେନ୍ଦ୍ରରେ କୋଭିଡ୍ କଟକଣାର ଅନୁପାଳନ କରିବାକୁ କୁହାଯାଇଛି । ସାମାଜିକ ଦୂରତା ରକ୍ଷା ସହ ମୁହଁରେ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିସହ ଜିଲ୍ଲାଗୁଡ଼ିକୁ ଦୈନିକ ଟିକାକରଣ ନେଇ ଦିଆଯାଇଥିବା ଟାର୍ଗେଟ୍ ପୂରଣ ନେଇ ସନ୍ଧ୍ୟା ୬ଟା ୩୦ ସୁଦ୍ଧା ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି ।

Leave A Reply

Your email address will not be published.