Latest Odisha News

BREAKING NEWS

RTO ଦେବେ ଅନ୍ତଃରାଜ୍ୟ ବସ୍ ପର୍‌ମିଟ୍‌

ଭୁବନେଶ୍ୱର: ଏଣିକି ଆର୍‌ଟିଓମାନେ ଦେଇପାରିବେ ଅନ୍ତଃରାଜ୍ୟ ବସ୍ ପର୍‌ମିଟ୍ । ମହାମାରୀ ସମୟରେ ଭିଡ କମାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କମିଶନର । ଆବେଦନ ଦିନ ହିଁ ଯଥା ସମ୍ଭବ ଆର୍‌ଟିଓମାନେ ନିର୍ଦ୍ଦେଶ ଦେବାକୁ ଅନୁମତି ଦିଆଯାଇଛି ।

ପୂର୍ବରୁ ଅନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ସ୍ୱତନ୍ତ୍ର ପରମିଟ୍ ଦରକାର ପଡୁଥିଲା । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଠାରୁ ଏନେଇ ସ୍ୱତନ୍ତ୍ର ପରମିଟ୍ ଆଣିବାକୁ ପଡୁଥିଲା । କିନ୍ତୁ ଏବେ ଏସବୁର ଆଉ ଆବଶ୍ୟକ ନାହିଁ । ଆର୍‌ଟିଓ ମାନେ ଅନ୍ତଃରାଜ୍ୟ ବସ୍ ଅନୁମତି ଦେଇପାରିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.