Latest Odisha News

BREAKING NEWS

ବାସୁଦେବପୁର ବିଧାୟକ କରୋନା ପଜିଟିଭ୍‌

ଭୁବନେଶ୍ୱର : ଭଦ୍ରକ ଜିଲ୍ଲାର ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଫେସବୁକରେ ସେ ନିଜେ ସୂଚନା ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଦେବା ଦେବା ପରେ ସେ ଆଜି ସ୍ୱାବ ପରୀକ୍ଷା କରାଇଥିଲେ ଏବଂ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଉଲ୍ଲେଖ କରିଛନ୍ତି ।

ଏଥି ସହିତ ବିଗତ କିଛି ଦିନ ମଧ୍ୟରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ସତର୍କ ରହିବାକୁ ସେ ଅନୁରୋଧ କରିଛନ୍ତି । ଯେ କୌଣସି ବ୍ୟକ୍ତିଙ୍କର ସାମାନ୍ୟତମ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସେ କହିଛନ୍ତି । ସମସ୍ତଙ୍କର ସଦିଚ୍ଛା ଓ ପ୍ରାର୍ଥନା ବଳରେ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଫେରିବେ ବୋଲି ଆଶା ରଖିଛନ୍ତି ।

Leave A Reply

Your email address will not be published.