Latest Odisha News

BREAKING NEWS

ବାଲୁକା କଳା ମାଧ୍ୟମରେ ଜନୌଷଧି ସପ୍ତାହର ଶୁଭେଚ୍ଛା

ପୁରୀ : ଆଜି ଭାରତ ପାଳୁଛି ଜନୌଷଧି ସପ୍ତାହ । ମାର୍ଚ୍ଚ ୭ ତାରିଖକୁ ଜନୌଷଧି ସପ୍ତାହ ରୂପେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ବାଳୁକାଶିଳ୍ପୀ ସୁଦାମ ପ୍ରଧାନ ସମସ୍ତଙ୍କୁ ଏହି ଯୋଜନାର ଉପଯୋଗୀତା ଜାଣିବା ପାଇଁ ବାଲୁକା କଳା ଜରିଆରେ ସଚ୍ଚେତନତା ବାର୍ତା ବାଣ୍ଟିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଲୁକାଚିତ୍ର କରିବା ପାଇଁ ୧୦ ଘଣ୍ଟା ଶ୍ରମଦାନ କରିଛନ୍ତି ବାଲୁକାଶିଳ୍ପୀ । ଏହି ବାଲୁକା କଳାରେ ୭ ଫୁଟ ଉଚ୍ଚ ଓ ୧୫ ଫୁଟ ଲମ୍ବା ରହିଛି ।

ସାର ଦେଶର ପ୍ରାୟ ୧୦ ଲକ୍ଷ ଲୋକ ୬ ହଜାର ଜନ ଔଷଧି କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ଗରିବ ମାନଙ୍କ ପାଇଁ ବରଦାନ ସଦୃଶ । ସୁଲଭ ମୂଲ୍ୟରେ ନିରବଛିନ୍ନ ସେବା ଯୋଗାଉଥିବା ଏହି ଯୋଜନ।ର ଲାଭ ଉଠାଇବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ସୂଚନା ଦେବାପାଇଁ ଏହି ବାର୍ତ୍ତା ଦେଇଛନ୍ତି ବାଳୁକାଶିଳ୍ପୀ।

Comments are closed, but trackbacks and pingbacks are open.