Latest Odisha News

BREAKING NEWS

ପୌର ନିର୍ବାଚନ : ନାମାଙ୍କନ ଭରିଲେ ବିଜେଡିର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର ପ୍ରାର୍ଥୀ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ଏନେଇ ଆଜି ଭୁବନେଶ୍ୱର , କଟକ ଓ ବ୍ରହ୍ମପୁର ମହାନଗର ନିଗମ  ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମେୟର ପ୍ରାର୍ଥୀମାନେ । ଭୁବନେଶ୍ୱରରୁ ବିଜେଡିର ମେୟର ପ୍ରାର୍ଥୀ ଭାବେ ସୁଲୋଚନା ଦାସ , କଟକରେ ସୁବାସ ସିଂ ଏବଂ ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ପକ୍ଷରୁ ଟିକେଟ ପାଇଥିବା ପ୍ରାର୍ଥୀମାନେ । ସାରା ରାଜ୍ୟରେ ଆଜି କେବଳ ମେୟର ପଦବୀ ପାଇଁ ନୁହେଁ ।କର୍ପୋରେଟର ପାଇଁ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

BjdElectrycity

Comments are closed, but trackbacks and pingbacks are open.