Latest Odisha News

BREAKING NEWS

ଭଦ୍ରକ ଜିଲ୍ଲାର ଏହି ଗାଁ ୫ ଦିନ ସଟ୍‌ଡାଉନ୍‌

ଭଦ୍ରକ: ଭଦ୍ରକ ଜିଲ୍ଲାର ଗେଲପୁରର ସରପଞ୍ଚ ମାନସୀ ରାଉତ କରୋନା ସଂକ୍ରମଣକୁ ରୋକିବା ଲାଗି ନଳନଗା ଗାଁକୁ ୫ ଦିନ ଯାଏ ସଟ୍‌ଡାଉନ୍‌ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିର୍ଦ୍ଦେଶ ୨୪ ମେରୁ ୨୮ ମେ ପର୍ଯ୍ୟନ୍ତ ଲାଗୁ ହେବ। ଏହି ସଟ୍‌ଡାଉନ୍‌ ଗାଁର ଚାରୋଟି ୱାର୍ଡରେ କାର୍ଯ୍ୟକାରୀ ହେବ ବୋଲି ସରପଞ୍ଚ କହିଛନ୍ତି।

ଔଷଧ ଦୋକାନ ବ୍ୟତୀତ, ସମସ୍ତ ଦୋକାନ ବନ୍ଦ ରହିବ ବୋଲି ସେ କହିଛନ୍ତି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସରପଞ୍ଚଙ୍କୁ ଦିଆଯାଇଥିବା କଲେକ୍ଟର କ୍ଷମତାକୁ ବ୍ୟବହାର କରି ଏହି ନିର୍ଦ୍ଦେଶ ଜାରି କରାଯାଇଛି।

Leave A Reply

Your email address will not be published.