ପାଟନା: ଜଣେ ପ୍ରବାସୀ କରୋନା ପଜିଟିଭ ଚିହ୍ନଟ ହେବାପରେ କେନ୍ଦୁଝର ଜିଲ୍ଲାର ପାଟନା ବ୍ଲକ ଅନ୍ତର୍ଗତ ଜମୁନାପାସି ପଞ୍ଚାୟତର ସରପଞ୍ଚ ଉକ୍ତ ପଞ୍ଚାୟତରେ ୭୨ ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି।
ସରପଞ୍ଚ ମମତାମୟୀ ନାୟକ ସୂଚନା ଦେଇ କହିଛନ୍ତି ଯେ ପଞ୍ଚାୟତର ଯମୁନାପାଶୀ, ବାରୁଦୀପାଶୀ, ଗୋଡିପୋଖରୀ, ପଦ୍ମପୁର, ପଦ୍ମକେଶରପୁର ଏବଂ କୋଡାଖମାନ ଭଳି ୬ଟି ଗ୍ରାମରେ ସଟଡାଉନ ନିୟମକୁ କଡାକଡି ଭାବେ ଲାଗୁ କରାଯିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମୟ ମଧ୍ୟରେ କୌଣସି ଦୋକାନ କିମ୍ବା ବଜାର ଖୋଲାଯିବ ନାହିଁ।
Comments are closed.