ଭୁବନେଶ୍ବର: ଲୋକସେବା ଭବନ ଭିତରେ ଖବର ପ୍ରସାରଣକୁ ନେଇ ସାମ୍ବାଦିକଙ୍କ ଉପରେ ଲାଗିଥିବା କଟକଣାକୁ ଆଜି ଉଚ୍ଛେଦ କରିଛନ୍ତି ରାଜ୍ୟ ସରକାର । ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବଦିକଙ୍କୁ ଅନୁମତି ମିଳିଛି । ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛି । ଏଣିକି ଉଭୟ ସ୍ବୀକୃତିପ୍ରାପ୍ତ ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି ।
ତେବେ ନୂଆସରକାର ଏବଂ କ୍ୟାବିନେଟର ଗଠନ ହେବା ପରେ ଦୀର୍ଘ ଚାରି ବର୍ଷ ପରେ ଓଡ଼ିଶାରେ ନୂତନ ସାମ୍ବାଦିକମାନଙ୍କୁ ଲୋକସଭା ଭବନ (ରାଜ୍ୟ ସଚିବାଳୟ) ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ତେବେ କୋଭିଡ-୧୯ ଯୋଗୁଁ ଲାଗୁ ହୋଇଥିବା ପୂର୍ବ ପ୍ରତିବନ୍ଧକକୁ ହଟାଇ ଦିଆଯାଇଥିଲା । ଯାହା କେବଳ ସରକାରୀ ଭାବରେ ଅଧିକୃତ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସୀମିତ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା ।
ତେବେ ପୂର୍ବସରକାରରେ କୋଭିଡ୍ ପରଠାରୁ ଲୋକସେବା ଭବନ ମଧ୍ୟକୁ ସାମ୍ବାଦିକଙ୍କୁ ପ୍ରବେଶ କରିବାକୁ ମନା ହୋଇଥିଲା । ଯାହାକୁ ନୂଆ ସରକାର ଗତ ଜୁନରେ ହଟାଇଥିଲେ ମଧ୍ୟ ଏହା ସୀମିତ ଥିଲା । କିନ୍ତୁ ଆଜି ଏନେଇ ବିଜ୍ଞପ୍ତି ଜାରି କରି ଉଭୟ ସ୍ବୀକୃତିପ୍ରାପ୍ତ ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ନେଇ କଟକଣା ହଟାଇଛନ୍ତି ସରକାର ।
Comments are closed.