Latest Odisha News

୬୬ ଦିନ ପରେ ଦେଶରେ ଲକ୍ଷେ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି କରୋନାର ସେକେଣ୍ଡ ଓ୍ୱେଭ୍ । କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥହାର ଦ୍ରୁତ ବଢ଼ିବାରେ ଲାଗିଛି । ଖସୁଛି ଆକ୍ଟିଭ କେସ୍ । ୬୬ ଦିନ ପରେ ପ୍ରଥମ ଥର ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ତଳକୁ ହ୍ରାସ ପାଇଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୮୬ହଜାର ୪୯୮ ନୂଆ ଆକ୍ରାନ୍ତ ।

୨୪ ଘଣ୍ଟାରେ ୧୮ଲକ୍ଷ ୭୩ହଜାର କୋଭିଡ୍ ଟେଷ୍ଟ ହୋଇଛି । ଲଗାତାର ୧୫ ଦିନ ହେବ ପଜିଟିଭିଟି ରେଟ୍ ୧୦ ପ୍ରତିଶତ ତଳେ ରହୁଛି । ଗତ ୨୪ ଘଣ୍ଟାରେ ପଜିଟିଭ୍ ହାର ରହିଛି ୪.୬୨ ପ୍ରତିଶତ ।

ସଂକ୍ରମଣ ସହ ଦେଶରେ ଧିରେ ଧିରେ କମୁଛି ଦୈନିକ ମୃତ୍ୟୁସଂଖ୍ୟା । ୨ହଜାରକୁ ଖସିଲାଣି । ୨୪ ଘଣ୍ଟାରେ ୨ହଜାର ୧୨୩ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ଲକ୍ଷ ୫୧ହଜାର ୩୦୯କୁ ବୃଦ୍ଧି ପାଇଛି ।

ଦେଶରେ ବଢୁଛି ସୁସ୍ଥହାର । ୨୪ ଘଣ୍ଟାରେ ୧ଲକ୍ଷ ୮୨ହଜାର ୨୮୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କରିଛନ୍ତି ମୋଟ୍ ୨କୋଟି ୭୩ଲକ୍ଷ ୪୧ହଜାର ଆକ୍ରାନ୍ତ । ସୁସ୍ଥ ହାର ରହିଛି ୯୪.୨୯% । ଦେଶରେ ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ରହିଛି ୨କୋଟି ୮୯ଲକ୍ଷ ୯୬ହଜାର । ଏଥିସହ ୧୩ଲକ୍ଷ ୩ହଜାର ୭୦୨କୁ ଖସିଛି କରୋନା ଆକ୍ଟିଭ୍ କେସ୍ ।

Leave A Reply

Your email address will not be published.