Latest Odisha News

ଫେବୃଆରୀ ପ୍ରଥମରୁ ତାତିରେ ସିଝୁଛି ସାରା ଓଡ଼ିଶା, ଆଗକୁ କେତେ ?

ଭୁବନେଶ୍ୱର: ଫେବୃଆରୀ ପ୍ରଥମରୁ ହିଁ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ଓଡ଼ିଶା। ଆଗକୁ ମାଡି ଆସୁଛି ପ୍ରଚଣ୍ଡ ଖରା। ମାଘ ମାସରେ ନାହିଁ ଶୀତ। ହଠାତ୍ ବଢିଯାଇଛି ତାପମାତ୍ରା। ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି ତାପମାତ୍ରା।

ରାଜ୍ୟରେ ୩ ରୁ ୪ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା। ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ସ୍ଥାନରେ ସ୍ଵାଭାବିକ ତାପମାତ୍ରାଠାରୁ ୪ ରୁ ୫ ଡିଗ୍ରୀ ଅଧିକ ରହିଛି। ଆଗାମୀ ୪ ରୁ ୫ ଦିନ ଯାଏଁ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ।

ସେହିପରି ପୁରୀ ଭଳି ଉପକୂଳ ସହରରେ ଏବେ ଦିନ ଓ ରାତି ତାପମାତ୍ରା ମଧ୍ୟରେ ବ୍ୟବଧାନ ମାତ୍ର ୬.୨ ଡିଗ୍ରି ରହିଛି। କୋରାପୁଟ ପରି ଥଣ୍ଡା ଅଞ୍ଚଳ ଏବେ ଦିନରେ ଅଧିକ ଗରମ ଅନୁଭୁତ ହେଉଛି। ଟିଟିଲାଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ପରି ସହରରେ ଫେବ୍ରୁଆରି ଆରମ୍ଭରୁ ଏଠାରେ ପାରଦ ୩୫ ଡେଇଁଗଲାଣି। ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବିଶ୍ବସ୍ତରୀୟ ପାଣିପାଗ ସଂସ୍ଥାଗୁଡ଼ିକ ଆକଳନ କରିଛନ୍ତି।

Comments are closed.