Latest Odisha News

BREAKING NEWS

ପରଲୋକରେ ବରିଷ୍ଠ ସାମ୍ବାଦିକ ପୁର୍ଣ୍ଣେନ୍ଦୁ ପଟ୍ଟନାୟକ

ଭୁବନେଶ୍ୱର: ପୁରୀର ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣେନ୍ଦୁ ପଟ୍ଟନାୟକଙ୍କ ଅକାଳ ବିୟୋଗ। ଏକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ଭୁବନେଶ୍ଵରରେ ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ପୁରୀସ୍ଥିତ ବାସଭବନକୁ ଫେରିଥିଲେ। ମସ୍ତିଷ୍କରେ ରକ୍ତଜମାଟରୁ ବିଗିଡିଥିଲା ତାଙ୍କର ସ୍ୱାସ୍ଥ୍ୟବସ୍ଥା। ଡାକ୍ତରଙ୍କ ସକଳ ପ୍ରୟାସ ସତ୍ତ୍ୱେ ଆଜି ସକାଳେ ତାଙ୍କର ବିୟୋଗ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କର ବୟସ ୫୩ ବର୍ଷ ହୋଇଥିଲା।

ରେଡିଓରୁ ଆରମ୍ଭ କରି ଦୁଇ ଦଶନ୍ଧିରୁ ଅଧିକ ସମୟ ସେ ବିଭିନ୍ନ ଟିଭି ଚ୍ୟାନେଲରେ କାମ କରିଥିଲେ। ଇଟିଭି, ନକ୍ଷତ୍ର ଓ ନନ୍ଦିଘୋଷ, ଫୋକସ ଓଡିଶା, ନ୍ୟୁଜ ୱାଲ୍ଡ ଓଡିଶା, ଦୂରଦର୍ଶନ ଭଳି ଅନେକ ଚାନେଲରେ କାମ କରିଥିଲେ ପୂର୍ଣ୍ଣେନ୍ଦୁ ପଟ୍ଟନାୟକ। ମେଳାପୀ, ମିଷ୍ଟଭାଷୀ ଓ ଦକ୍ଷ ସାମ୍ବାଦିକଙ୍କୁ ହରାଇଲା ଓଡିଶା। ତାଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳ, ପରିବାରବର୍ଗ ଏବଂ ସମଗ୍ର ଗଣମାଧ୍ୟମ ଜଗତ, ସମାଜରେ ଶୋକର ଛାୟା ଖେଳିଯାଇଛି।

Comments are closed.