Latest Odisha News

BREAKING NEWS

ଜାତୀୟ ସିନିୟର ଚାମ୍ପିୟନଶିପ ହକି: ଭୋପାଳ ଗସ୍ତରେ ଓଡିଶା ଟିମ

ଭୁବନେଶ୍ୱର: ଭୋପାଳରେ ୧୨ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ ଆୟୋଜିତ ହେବ । ଏଥିପାଇଁ ଆଜି ଭୋପାଳ ଗସ୍ତରେ ଯିବା ପାଇଁ ଓଡିଶା ହକି ଟିମ ସମସ୍ତ ପ୍ରସ୍ତୁତି ଶେଷ କରିଛି । ସୁଦୀପ ଚିରମାକୋ ଦଳର ନେତୃତ୍ୱ ନେବେ । ଭାରତୀୟ ହକି ଟିମର ପୂର୍ବତନ ଖେଳାଳି ଏଡଗାର ମାସ୍କେରହାନ୍ସ କୋଚ ଦାୟିତ୍ୱ ତୁଲାଉଛନ୍ତି ।

ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଓଡିଶା ହକି ପ୍ରମୋଶନ କାଉନ୍ସିଲ ଚେୟାରମ୍ୟାନ ଦିଲୀପ ତିର୍କୀ ଏ ନେଇ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖେଳାଳିମାନଙ୍କ ସହିତ ଯୋଗ ଦେଈ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ପ୍ରଦାନ କରିଥିଲେ । ଖେଳାଳିମାନଙ୍କୁ ଏହି ଅବସରରେ ଟିମ ଜର୍ସି ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.