Latest Odisha News

BREAKING NEWS

ପ୍ରଥମ ଥର ରୁଷ ସୀମାରେ ପଶି ଆକ୍ରମଣ କଲା ୟୁକ୍ରେନ

କୀଭ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ମହଙ୍ଗା ସାବ୍ୟସ୍ତ ହୋଇଛି । କଡା ଟକ୍କର ଦେଉଥିବା ୟୁକ୍ରେନ ପ୍ରଥମ ଥର ପାଇଁ ରୁଷ ସୀମାରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରୁଷର ପଶ୍ଚିମ ସହର ବେଲଗାରୋଡ ଗଭର୍ଣ୍ଣରଙ୍କ ମତରେ ଶୁକ୍ରବାର ୟୁକ୍ରେନର ୨ ହେଲିକପ୍ଟର ଏଠାରେ ଥିବା ଅୟଲ ଡିପ୍ପୋ ଉପରେ ଏୟାର ଷ୍ଟ୍ରାଇକ କରିଛି । ଏଥିରେ ୨ ଲୋକ ଆହତ ହୋଇଥିବା ନ୍ୟୁଜ ଏଜେନ୍ସି ଏଏଫପି ଖବର ପ୍ରକାଶ ପାଇଛି ।

ରୁଷ ସେନା ଆକ୍ରମଣରେ ୧୫୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪୫ ଗୁରୁତର ହୋଇଛନ୍ତି ବୋଲି ୟୁକ୍ରେନର ପ୍ରସିକ୍ୟୁଟର ଜେନରାଲ ଅଫିସ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ରୁଷ ସେନା ୟୁକ୍ରେନ ଆକ୍ରମଣ ନେଇ ଭୟଭୀତ ହୋଇ ପଡିଛନ୍ତି । ଏପରିକି ସେମାନେ ଭୁଲରେ ନିଜ ଦେଶର ଯୁଦ୍ଧ ବିମାନକୁ ଉଡାଇ ଦେଇଛନ୍ତି ।

Leave A Reply

Your email address will not be published.