ଭୁବନେଶ୍ୱର: ଆସୁଛି ପୁଣି ଏକ ଲଘୁଚାପ । ପୁଣି ଭିଜିବ ଓଡ଼ିଶା ! ଆଣ୍ଡାମାନ ସାଗର ଏବଂ ଏହାର ଆାଖପାଖରେ ମାସର ଶେଷ ଆଡକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୯ ତାରିଖ ବେଳକୁ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଶନିବାର ଟୁଇଟ କରି ସୂଚନା ଦେଇଛି ।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।
ଏହା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ମୁହାଁଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ ।
A cyclonic circulation is likely to form over north Andaman sea & neighbourhood on 29th September.
Under its influence a Low Pressure Area is likely to form over north Andaman sea & adjoining Eastcentral Bay of Bengal during the subsequent 24 hours.
— Meteorological Centre, Bhubaneswar (@mcbbsr) September 23, 2023
Comments are closed.