Latest Odisha News

BREAKING NEWS

ବିହାରରେ ଅଘଟଣ: ଘରର ଛାତ ଭୁଶୁଡି ୨ ମୃତ, ୩ ଆହତ

ବିହାର: ବିହାରରେ ଅଘଟଣ । ଲଗାଣ ବର୍ଷା କାରଣରୁ ଘରର ଛାତ ଭୁଷୁଡି ଚାଲିଯାଇଛି ୨ଜଣଙ୍କ ଜୀବନ । ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ନାଳନ୍ଦାରେ ପ୍ରାୟ ୨୪ ଘଣ୍ଟା ହେବ ଲଗାଣ ବର୍ଷା ଜାରି ରହିଛି । ଫଳରେ ମନପୁର ଥାନା ଅନ୍ତର୍ଗତ ହରଗଓ୍ଵାନ ଗ୍ରାମରେ ବସବାସ କରୁଥିବା ଜଣଙ୍କର ଘର ଛାତ ଭୁଶୁଡି ପଡିଛି । ଛାତ ଭୁଷୁଡିବା କାରଣରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ୨ ମୃତକ ହେଉଛନ୍ତି  ଶ୍ୟାମ ସୁନ୍ଦରୀ ଦେବୀ ଓ ରଞ୍ଜୁ ଦେବୀ । ଓ ଆହତ ୩ଜଣ ହେଉଛନ୍ତି ଶ୍ୟାମ ସୁନ୍ଦରୀ ଦେବୀଙ୍କ ବୋହୂ ଆଶା ଦେବୀ, ନାତି ଅଙ୍କୁଶ କୁମାର ଏବଂ ନାତୁଣୀ ନିକିତା କୁମାରି ।

ରଞ୍ଜୁ ଦେବୀଙ୍କ ସହ ଶ୍ୟାମ ସୁନ୍ଦରୀ ଦେବୀ ବର୍ଷା ସମୟରେ ଛୋଟ ପିଲାଙ୍କୁ ନେଇ ଘରର କବାଟ ପାଖରେ ବସିଥିଲେ । ସେହି ସମୟରେ ହଠାତ୍‌ ଘରର ଛାତ ତାଙ୍କ ଉପରେ ପଡିଥିଲା । ତେବେ ତାଙ୍କର ଚିତ୍କାର ଶୁଣି ନିକଟସ୍ଥ ଲୋକମାନେ ଏକତ୍ରିତ ହୋଇ ସେମାନଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ଗ୍ରାମ ଲୋକ ଏବଂ ପରିବାରର ସଦସ୍ୟ ଆହତଙ୍କୁ ତୁରନ୍ତ ପାଓ୍ଵାପୁରୀ ଭୀସ୍ମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ରଞ୍ଜୁ ଦେବୀ ଏବଂ ଶ୍ୟାମ ସୁନ୍ଦରୀ ଦେବୀଙ୍କୁ ଡାକ୍ତର ମୃତ୍ୟୁ ଘୋଷିତ କରିଥିଲେ ।

ଖବର ମିଳିବା ମାତ୍ରେ ମନପୁର ଥାନା ଅଧିକାରୀ ମୁକେଶ କୁମାର ହସ୍ପିଟାଲରେ ପହଞ୍ଚି ଥିଲେ । ଘରର ଛାତ ଭୁଶୁଡିବା ଫଳରେ ଏହିପରି ଦୁର୍ଘଟଣା ଘଟିଛି ସୂଚନା ଦେଇଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ଘରଟି ୨ ବର୍ଷ ହେବ ତିଆରି ହୋଇଥିଲା ।

 

Leave A Reply

Your email address will not be published.