Latest Odisha News

ଅରବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ଖସିଲା, କିନ୍ତୁ ନାଗରିକଙ୍କୁ ସଶକ୍ତ କରାଇବାରେ ସବୁଠୁ ଆଗରେ ଓଡିଶା

ଭୁବନେଶ୍ବର: ଅରବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ ୨୦୨୪ରେ ଦ୍ବିତୀୟ ସ୍ଥାନକୁ ଖସିଲା ଓଡିଶା । ଯେଉଁଥିରେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ପ୍ରଥମ ସ୍ଥାନାରେ ରହିଛି କେରଳ । ତେବେ ପ୍ରଜା ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ଏହି ରିପୋର୍ଟ ଭାରତରେ ବିଭିନ୍ନ ସହରରକୁ ଅଧ୍ୟୟନ କରି ଦୁଇ ବର୍ଷରେ ଥରେ ପ୍ରକାଶିତ ହୋଇଥାଏ ।

ଚଳିତ ବର୍ଷ ରିପୋର୍ଟରେ ଓଡିଶା ଏକ ପାଦ ତଳକୁ ଖସିଛି । ଅରବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ୧୦୦ ମେଟ୍ରିକ୍ସରୁ ୫୫.୧୦ ସ୍କୋର କରି ଦ୍ବିତୀୟ ସ୍ଥାନରେ ରହିଛି । ଯେଉଁଠି ୨୦୨୨ରେ ସବୁ ରାଜ୍ୟକୁ ପଛରେ ପକାଇ ୫୬.୮୮ ସ୍କୋର କରି ସବୁଠୁ ଆଗରେ ରହିଥିଲା । ମାତ୍ର ଏଥର ଏହାର ସ୍କୋର କମିଥିବା ବେଳେ ସିଧା ଦ୍ବିତୀୟ ସ୍ଥାନକୁ ଖସିଛି । ସେହିପରି ୫୯.୩୧ ସ୍କୋର କରି ଅରବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ପ୍ରଥମ ସ୍ଥାନ ଅଧିକାର କରିଛି କେରଳ ରାଜ୍ୟ । ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀ ୧୦୦ରୁ ୩୯.୭୦ ସ୍କୋର କରିଛି ।

ତେବେ ରାଜ୍ୟ ନାଗରିକମାନଙ୍କୁ ସଶକ୍ତ କରାଇବାରେ ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଗ୍ରହଣ କରିଛି । ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କୁ ସ୍ବୟଂଶାସିତ କରିବା ପାଇଁ ପ୍ରଗତିଶୀଳ ନୀତି ଯୋଗୁଁ ଓଡ଼ିଶା ଅନ୍ୟ ରାଜ୍ୟକୁ ପଛରେ ପକାଇ ଆକଳନ କରାଯାଇଥିବା ୩୧ଟି ସହର ମଧ୍ୟରେ ଆଗୁଆ ରହିଛି । ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ୪ଟି ମୁଖ୍ୟ ସ୍ତମ୍ଭ ଆଧାରରେ ରାଜ୍ୟଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥାଏ । ନିର୍ବାଚିତ ପ୍ରତିନିଧିମାନଙ୍କ ସଶକ୍ତୀକରଣ, ନଗର ପ୍ରଶାସନ, ବିତ୍ତୀୟ ସ୍ୱାୟତ୍ତତା ଏବଂ ନାଗରିକସମ୍ପୃକ୍ତି, ଯେଉଁଥିରେ ୪୨ଟି ବିସ୍ତୃତ ସୂଚକାଙ୍କ ଅନ୍ତର୍ଭୁକ୍ତ ରହିଛି ।

Leave A Reply

Your email address will not be published.