Latest Odisha News

BREAKING NEWS

ଦିନକୁ ସାଢ଼େ ୪ ଘଣ୍ଟା ବସିବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ତେବେ ଏଥର ମଧ୍ୟ କୋଭିଡ କଟକଣା ଭିତରେ ଏହି ଅଧିବେଶନ ବସିବ । ଏଥିସହ ଦୈନିକ ସାଢ଼େ ୪ ଘଂଟା ପାଇଁ ବସିବ ବିଧାନସଭା । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ପ୍ରଶ୍ନକାଳ ହେବ କି ନାହିଁ, ସେ ନେଇ କିଛି ସ୍ଥିର ହୋଇନାହିଁ । ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କ କୋଭିଡ ଟେଷ୍ଟ ନେଇ ପରାମର୍ଶ ନିଆଯିବ । ସେହିପରି ଇ-ବିଧାନସଭା ଲାଗି ଆସନ୍ତାକାଲିଠାରୁ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ବିଧାନସଭା କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ ବୋଲି ବାଚସ୍ପତି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୦ରୁ ଡିସେମ୍ବର ୩୦ ଯାଏଁ ଚାଲିବ ବିଧାନସଭା ଶୀତ ଅଧିବେଶନ । ପ୍ରଥମ ଦିନରେ ବଜେଟ ଉପସ୍ଥାପନ ହେବା ସହ ଶୀତ ଅଧିବେଶନରେ ୪୦ଟି କାର୍ଯ୍ୟ ଦିବସ ରହିବ ।

Leave A Reply

Your email address will not be published.