Latest Odisha News

BREAKING NEWS

ଶାଶୁଙ୍କ ଡ଼୍ୟାନ୍ସ ଦେଖି ମଣ୍ଡପ ଛାଡ଼ି ଛୁ ମାରିଲା ବର

ଉତ୍ତରପ୍ରଦେଶ: ଏପଟେ କନ୍ୟାର ଫ୍ଲାଇଙ୍ଗ୍ କିସ ସେପଟେ ଶାଶୁର ସିଗାରେଟ ଧରି ଡ଼୍ୟାନ୍ସ । ଭୟର ବର ଫେରାର । ବ୍ୟାଣ୍ଡ, ବାଜା, ବାରାତ୍ ଧରି ବାହାଘର ମଣ୍ଡପରେ ପହଞ୍ଚିଲା ବର । ନାଚଗୀତରେ ମସଗୁଲ ଥିଲେ ବର ଓ କନ୍ୟା ପକ୍ଷ । ହେଲେ ବର ଆଖିରେ ପଡ଼ିଲା କନ୍ୟା ଆଉ ଶାଶୁର ରଙ୍ଗଢ଼ଙ୍ଗ । ଡ଼ିଜେର ତାଳେ ତାଳେ ନାଚି କନ୍ୟାର ମା’ ସିଗାରେଟ ଟାଣି ଧୁଆଁ ଛାଡ଼ୁଥିଲେ ସେପଟେ ମା’ ଡ଼୍ୟାନ୍ସ ଦେଖି କନ୍ୟା ମାରୁଥିଲା ଫ୍ଲାଇଙ୍ଗ୍ କିସ । ଆଉ ତା’ପରେ କ’ଣ । ଭୟରେ ବିବାହ ମଣ୍ଡପ ଛାଡ଼ି ଫେରାର ମାରିଲା ବର । ଉତ୍ତରପ୍ରଦେଶର ସମ୍ଭଲରେ ଘଟିଛି ଏଭଳି ଘଟଣା। ବିବାହ କରିବାକୁ ବରଯାତ୍ରୀଙ୍କୁ ନେଇ କନ୍ୟା ଘରେ ବର ପହଞ୍ଚିବା ପରେ କନ୍ୟା ଆଉ ଶାଶୁଙ୍କ ଏଭଳି କାମ ଦେଖି ବର ଆଶ୍ଚର୍ଯ୍ୟ ଓ ଭୟବୀତ ହେବା ସହ ବିବାହ ଭାଙ୍ଗିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାର ଗୱା ସହରର ଜଣେ ଯୁବତୀଙ୍କ ବିବାହ ହୟାତନଗର ଥାନା ସାରାୟତରିନରେ ରହୁଥିବା ଜଣେ ଯୁବକଙ୍କ ସହିତ ବିବାହ କର୍ଯ୍ୟକ୍ରମ ଚାଲିଥିଲା। ବିବାହ ଦିନ ବ୍ୟାଣ୍ଡ, ବାଜା, ବାରାତ୍ ଧରି ବରପକ୍ଷ ପହଞ୍ଚିଥିଲେ କନ୍ୟାଘରେ । ବରପକ୍ଷ ପହଞ୍ଚିବା ପରେ କନ୍ୟାଙ୍କ ମା’ ଓ ସମ୍ପର୍କୀୟ ବରଯାତ୍ରୀଙ୍କୁ ସ୍ୱାଗତ କରିଥିଲେ। ତାପରେ ଆରମ୍ଭ ହୋଇଥିଲା ବିବାହ ରୀତିନୀତି । ଏହି ସମୟରେ କନ୍ୟାର ମା’ ଡିଜେ ବଜାଇ ଆରମ୍ଭ କରିଥିଲେ ଡ଼୍ୟାନ୍ସ । ଡ଼୍ୟାନ୍ସ ସମୟ‌‌ରେ ସିଗାରେଟ ମଧ୍ୟ ଟାଣୁଥିଲେ କନ୍ୟାର ମା’ । ଶାଶୁଙ୍କୁ ଏଭଳି ଅବସ୍ଥାରେ ଦେଖି ଖୁବ୍‌ ଅସହଜ ମନେ କରୁଥିଲେ ବର । କିନ୍ତୁ ସେପଟେ ମା’ର ଡ଼୍ୟାନ୍ସ ଦେଖି ଫ୍ଲାଇଙ୍ଗ୍‌ କିସ୍‌ କରୁଥିଲେ ବେଦିରେ ବସିଥିବା କନ୍ୟା ।  ଏହା ଦେଖି ବର ରାଗିଯିବା ସହ ବିବାହ କରିବାକୁ ମନା କରିଥିଲା। କନ୍ୟାପକ୍ଷ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବର ବୁଝିନଥିଲେ। ଶାଶୁ ଏଭଳି ଯଦି ତେବେ ଝିଅ କେମିତି ହୋଇଥିବ କହି ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ ବର । ଶେଷରେ ହାତଗଣ୍ଠି ପଡ଼ିବା ପୂର୍ବରୁ ବିବାହ ଭାଙ୍ଗିଯାଇଥିଲା ଏବଂ ବରଯାତ୍ରୀଙ୍କୁ ନେଇ ଘରକୁ ଫେରିଥିଲା ବର।

 

Leave A Reply

Your email address will not be published.