Latest Odisha News

ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହେଲା ଶିଶୁଙ୍କ କରୋନା ସଂକ୍ରମଣର ମ୍ୟାପିଙ୍ଗ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସ୍ଥିତି ସୁଧୁରୁଥିବା ବେଳେ, ଏବେ ଚିନ୍ତା ବଢ଼ାଇଲାଣି ଶିଶୁଙ୍କ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଶୂନରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୪ ଜଣ ଆକ୍ରାନ୍ତ । ତେବେ ଏସବୁକୁ ନଜରରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହୋଇଛି ଶିଶୁଙ୍କ କରୋନା ସଂକ୍ରମଣର ମ୍ୟାପିଙ୍ଗ । ଶୂନରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ସଂକ୍ରମଣର ମ୍ୟାପିଙ୍ଗ ଆରମ୍ଭ ହୋଇଛି । ଦୈନିକ କେତେ ଶିଶୁ ସଂକ୍ରମିତ ହେଉଛନ୍ତି, ଏହାର ରିପୋର୍ଟ ପ୍ରକାଶ ପାଉଛି ।

ଶିଶୁଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ପଦକ୍ଷେପ ନେଇଛି ଓଡ଼ିଶା । ଏଥିପାଇଁ ଜିଲ୍ଲାସ୍ତରରେ ଶିଶୁଙ୍କ ପାଇଁ ସର୍ଭେଲାନ୍ସ କରାଯାଉଥିବା କହିଛି ସ୍ବାସ୍ଥ୍ୟ ବିଭାଗ । ଆଗକୁ ତୃତୀୟ ଲହର ଆସୁଥିବାରୁ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି । ତେଣୁ ମହାମାରୀ ଠାରୁ ଶିଶୁଙ୍କୁ ସୁରକ୍ଷିତ ରଖିବାକୁ ଗୁରୁତ୍ବ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସଚେତନତା ସହ ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାନିଟାଇଜ ରହିବା ଆବଶ୍ୟକ ।

Leave A Reply

Your email address will not be published.