Latest Odisha News

BREAKING NEWS

ମଦ ହୋମ୍ ଡେଲିଭରି ଲାଗି ଖୋଲିଲା ପୋର୍ଟାଲ୍‌; ଜାଣନ୍ତୁ କେଉଁଠି କରିବେ ରେଜିଷ୍ଟ୍ରେସନ୍‌

ଭୁବନେଶ୍ୱର: ମଦ ହୋମ୍ ଡେଲିଭରି ଲାଗି ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ପକ୍ଷରୁ ସୋମବାର ଦିନ ଏକ ପୋର୍ଟାଲ୍ ଲଞ୍ଚ୍ ହୋଇଛି ।

ଏନଆଇସି ସହଭାଗିତାରେ ଏହି ପୋର୍ଟାଲ୍ ନିର୍ମିତ ହୋଇଥିବା ବେଳେ ଏହି ପୋର୍ଟାଲ୍ ରେ ଗ୍ରାହକ ପଞ୍ଜିକରଣ କରିପାରିବେ । ଏହି ପୋର୍ଟାଲ୍ ଖୋଲିବା ମାତ୍ରେ ଲଗ୍ ଇନ୍ କରିବାକୁ ଏକ ପେଜ୍ ପ୍ରଥମେ ଦେଖାଯିବ । ଏଠାରେ ପ୍ରବେଶ କରି ଗ୍ରାହକ ଗ୍ରାହକ ପଞ୍ଜିକରଣ କରି ଆବଶ୍ୟକୀୟ ହୋମ୍ ଡେଲିଭରି ପାଇପାରିବେ । ମଦ ହୋମ୍ ଡେଲିଭରି ଲାଗି ପୋର୍ଟାଲ୍ ଟି ହେଉଛି www.osbc.co.in ।

ଏପରିକି ଏହି ପୋର୍ଟାଲରେ ସମସ୍ତ ଜିଲ୍ଲାଗୁଡ଼ିକର ମଦ ବିକ୍ରେତାଙ୍କ ନାମ ଓ ଠିକଣା ସହିତ ଗୋଟିଏ ସ୍ଥାନରେ ପାଇପାରିବେ ଗ୍ରାହକ । ବିକ୍ରେତାଙ୍କ ଦ୍ୱାରା ସ୍ଥିରିକୃତ ହୋଇଥିବା ମଦର ସମସ୍ତ ଉପଲବ୍ଧ ବ୍ରାଣ୍ଡ୍ ଏବଂ ଦାମ ମଧ୍ୟ ଗ୍ରାହକ ଏହି ପୋର୍ଟାଲ ଦ୍ୱାରା ଜାଣିପାରିବେ ।

ଗ୍ରାହକ ମାନେ ହୋମ୍ ଡେଲିଭରି ଲାଗି ନିଜର ମନ ପସନ୍ଦର ବ୍ରାଣ୍ଡକୁ ଚୟନ କରିବା ପରେ ଏକ ଚାଲାଣ ଜେନେରେଟ୍ ହେବ । ଏହି ଚାଲାଣରେ ଡେଲିଭରି ଚାର୍ଜ ସହିତ ପଇଠ କରିବାକୁ ସମସ୍ତ ବିବରଣୀ ଗ୍ରାହକ ପାଇପାରିବେ ।

Leave A Reply

Your email address will not be published.