ଭୁବନେଶ୍ୱର: ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ। ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର। ମୋଟ୍ ୧୧ ଜିଲ୍ଲାର ୨୫ଟି ସ୍ଥାନରେ ଇଂରାଜୀ ନାଁ ମଧ୍ୟ ସଂଶୋଧନ ହେବ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ଏଣିକି ଓଡ଼ିଆ ନାଁ ଅନୁସାରେ ରହିବ ଇଂରାଜୀ ନାମ । ଖୋର୍ଦ୍ଧା ଜିଲ୍ଲାକୁ ଓଡ଼ିଆ ନାଁ ଅନୁସାରେ ଖୋରଧା ଲେଖାଯିବ । ଇଂରାଜୀରେ ଦେବଗଡ଼ ପରି ଓଡ଼ିଆରେ ଦେବଗଡ଼ ଲେଖାଯିବ । ଏଣିକି ଆଉ ଇଂରାଜୀରେ ଦେଓଗଡ଼ ଲେଖାଯିବ ନାହିଁ । ଆପତ୍ତି ନଥିଲେ ସଂଶୋଧନ ହେବ ଇଂରାଜୀ ନାଁ ।
ପ୍ରସ୍ତାବିତ ସଂଶୋଧନ ସମ୍ପର୍କରେ ସାଧାରଣ ଲୋକଙ୍କର କୌଣସି ଆପତ୍ତି କିମ୍ବା ପରାମର୍ଶ ଥିଲେ ୧୫ ଦିନ ମଧ୍ୟରେ ଲେଖିତ ଭାବେ ଦାଖଲ କରିବାକୁ ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି । ନିର୍ଦ୍ଧାରିତ ସମୟ ପରେ ପ୍ରାପ୍ତ ମତାମତ ଗ୍ରହଣ କରାଯିବ ନାହିଁ । ଯଦି ନିର୍ଦ୍ଧାରିତ ସମୟସୀମାରେ କୌଣସି ଆପତ୍ତି ମିଳିନାହିଁ, ତେବେ ସରକାର ଆଇନାନୁସାରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବେ । ଏହି ପଦକ୍ଷେପ ଫଳରେ ସରକାରୀ ରେକର୍ଡରେ ସ୍ଥାନନାମଗୁଡ଼ିକର ସଠିକ ଓଡ଼ିଆ ରୂପ ସୁନିଶ୍ଚିତ ହେବା ସହ ରାଜ୍ୟର ଐତିହ୍ୟ ଓ ଭାଷାଗତ ପରିଚୟ ଅଧିକ ସୁଦୃଢ଼ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।