Latest Odisha News

BREAKING NEWS

ଆସନ୍ତାକାଲିଠୁ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ବର ସିଆରପି ଛକରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲିବ । କରୋନା କଟକଣା ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଦର୍ଶକ ସଂଗ୍ରହାଳୟ ଭିତରକୁ ପ୍ରବେଶ ପୂର୍ବରୁ ସେମାନଙ୍କ ଶରୀରର ତାପମାତ୍ରା ଫୋରହେଡ୍ ସ୍କାନର ମେସିନ୍ ଦ୍ବାରା ଯାଞ୍ଚ କଲା ପରେ ଭିତରକୁ ଯାଇପାରିବେ । ମାସ୍କ ପିନ୍ଧି ୧୦ ଫୁଟ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ।

ମୁଖ୍ୟ ପ୍ରବେଶ ପଥ ଓ ସଂଗ୍ରହାଳୟ ପ୍ରବେଶ ପଥରେ ହ୍ୟାଣ୍ଡ ସାନିଟାଇଜର ଦ୍ବାରା ସାନିଟାଇଜ୍ କରିବାକୁ ପଡ଼ିବ । ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଓ ୧୪ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କୁ ସଂଗ୍ରହାଳୟ ଭିତରକୁ ପ୍ରବେଶ ଅନୁମତି ମିଳିବନାହିଁ । ଏକ ସମୟରେ ୧୦ରୁ ଅଧିକ ଲୋକ ପ୍ରବେଶ କରିପାରିବେ ନାହିଁ ।

୧୦ ଜଣଙ୍କ ମଧ୍ୟରୁ ୫ ଜଣ ମୁଖ୍ୟ ସଂଗ୍ରହାଳୟ ଓ ମେସାନଙ୍କ ମଧ୍ୟରୁ ଜଣେ ଲେଖାଏଁ ପ୍ରତ୍ୟେକ କକ୍ଷକୁ ପ୍ରବେଶ କରିପାରିବେ । ଅନ୍ୟ ୫ ଜଣ ପରିସର ମଧ୍ୟରେ ଥିବା ପାରମ୍ପରିକ ଜନଜାତି ଗୃହ ମଧ୍ୟକୁ ଯାଇପାରିବେ । ସୋମବାରରୁ ଶୁକ୍ରବାର ଯାଏଁ ଦିନ ୧୦ଟାରୁ ଅପରାହ୍ଣ ୫ଟା ୩୦ ପର୍ଯ୍ୟନ୍ତ ସଂଗ୍ରହାଳୟ ଖୋଲା ରହିବ ।

Comments are closed.