Latest Odisha News

BREAKING NEWS

ବିଧାନସଭାରେ କୃଷି ଆଇନ ଦସ୍ତାବିଜକୁ ଚିରି ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆ ଦିଲ୍ଲୀ: କୃଷି ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭାରେ ନୂଆ କୃଷି ଆଇନକୁ ପ୍ରବଳ ବିରୋଧ କରାଯାଇଛି । ବିଧାନସଭାରେ ସେ ତିନିଟି କୃଷି ଆଇନ କପିକୁ ଚିରି ଦେଇଥିଲେ । ଏପରି ଏକ କଳା ଆଇନକୁ ଫେରାଇ ନେବା ପାଇଁ କେନ୍ଦ୍ରକୁ ଅପିଲ କରିବା ସହ କହିଛନ୍ତି ସରକାର ଇଂରେଜ ପରି କ୍ରୁର ନହୁଅନ୍ତୁ । କହିଥିଲେ ଇଂରେଜମାନେ ତ ମାତ୍ର ୯ ମାସରେ ବିଲ ଫେରାଇ ନେଇଥିଲେ ।

କେଜ୍ରିୱାଲ କହିଥିଲେ କୃଷି ଆଇନ ନାଁରେ ସରକାର ଆଉ କେତେ ଜଣଙ୍କ ଜୀବନ ନେବେ । ଦିଲ୍ଲୀରେ ଚାଲିଥିବା କୃଷକଙ୍କ ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଚାଷୀଙ୍କ ଜୀବନ ଗଲାଣି । ପ୍ରତ୍ୟେକ ଚାଷୀ ଜଣେ ଜଣେ ଭଗତ ସିଂହ ପରି ଆନ୍ଦୋଳନ ଜାରି ରଖିଛନ୍ତି । ସରକାର କହୁଛନ୍ତି, ଚାଷୀଙ୍କ ପାଖରେ ପହଞ୍ଚୁଛନ୍ତି, ଚାଷୀ ବିଲର ଲାଭ ବିଷୟରେ କୃଷକଙ୍କୁ ବୁଝାଉଛନ୍ତି । ହେଲେ ଏହା କେବଳ କଥାରେ, କାମରେ କିଛି ନାହିଁ ।

କେଜ୍ରିୱାଲ କହିଛନ୍ତି ବିଜେପି ନେତାଙ୍କୁ ମଧ୍ୟ ଆଇନର ଲାଭ ବିଷୟରେ ଜଣାନାହିଁ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବକ୍ତବ୍ୟକୁ ସମାଲୋଚନା କରିଛନ୍ତି କେଜ୍ରିୱାଲ । କହିଛନ୍ତି, ସେ ଆଦିତ୍ୟନାଥଙ୍କ ଭାଷଣ ଶୁଣିଛନ୍ତି, ତାଙ୍କୁ ମଧ୍ୟ ଜଣାନାହିଁ ଏହି ଆଇନରେ ଚାଷୀଙ୍କ ଫାଇଦା କ’ଣ?

Leave A Reply

Your email address will not be published.