Latest Odisha News

BREAKING NEWS

ବ୍ରହ୍ମପୁରର ସୁନା ଦୋକାନରେ କଳା କନା ବୁଲାଇଲେ ଚୋର

ବ୍ରହ୍ମପୁର: ରେଶମ ସହର ବ୍ର୍‌ହ୍ମପୁରରେ ମାତିଛନ୍ତି ଚୋର । ଗତ ରାତିରେ ବଡ ବଜାରର ଏକ ଦୋକାନରୁ ୪୦ ଭରି ସୁନା ଚୋରି ନେବା ସହିତ ୧ ଲକ୍ଷ ୪୦ ହଜାର ଟଙ୍କା ମଧ୍ୟ ନେଇ ଯାଇଛନ୍ତି । ବ୍ରହ୍ମପୁରର ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳୀ ବଡ ବଜାରରେ ଥିବା କେଶବ ଜ୍ୱେଲର୍ସରେ କଳା କନା ବୁଲାଇଛନ୍ତି ଦୁବୃର୍ତ୍ତମାନେ ।

ସୂଚନା ଅନୁସାରେ ଗତ ରାତିରେ ଚୋରମାନେ ଝରକାର ଗ୍ରୀଲ୍ ଭାଙ୍ଗି ପ୍ରଥମେ ଦୋକାନର ଫାଷ୍ଟ ଫ୍ଲୋରକୁ ଯାଇଥିଲେ । ମରାମତି ପାଇଁ ରଖା ଯାଇଥିବା ସବୁ ଅଳଙ୍କାରକୁ ନେଇ ଯାଇଥିଲେ । ତା ପରେ ଗ୍ରାଉଣ୍ଡ ଫ୍ଲୋରକୁ ଯାଇ କ୍ୟାସ କାଉଣ୍ଟରରୁ ୧ ଲକ୍ଷ ୪୦ ହଜାର ଟଙ୍କା ନେଇ ଯାଇଥିଲେ । ସେମାନେ ଆଇରନ୍ ଚେଷ୍ଟ ମଧ୍ୟ ଭାଙ୍ଗି ସେଥିରେ ଥିବା ନୂଆ ଅଳଙ୍କାର ସବୁ ନେବାକୁ ଚେଷ୍ଟା କରିଥିଲୋ କିନ୍ତୁ ଏଥିରେ ସଫଳ ହୋଇପାରିନଥିଲେ ।

କେଶବ ଜ୍ୱେଲର୍ସର ସହ-ମାଲିକ ତଥା ଗଂଜାମ ଓ ବ୍ରହ୍ମପୁର ଜ୍ୱେଲର୍ସ ସଂଘର ସଭାପତି ସି. ସତ୍ୟନାରାୟଣ କହିଛନ୍ତି, ବୁଧବାର ରାତି ୯ଟାରୁ ୧୦ ମଧ୍ୟରେ ଦୋକାନ ବନ୍ଦ କରି ସେମାନେ ଘରକୁ ଯାଇଥିଲେ । ଗୁରୁବାର ସକାଳେ ଦୋକାନ ଖୋଲିବା ବେଳେ ଦେଖିଲେ, ସବୁ ଜିନିଷ ଏପଟ ସେପଟେ ହୋଇ ପଡିଛି । ଆମେ ସାଙ୍ଗେ ସାଙ୍ଗେ ପୋଲିସକୁ ଖବର ଦେଲୁ । ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି ଓ ବଡ ବଜାର ଥାନାର ଆଇଆଇସି ପ୍ରଶାନ୍ତ ଭୂପତି ଘଟଣାସ୍ଥଳରେ ପହଞ୍ଚିତଦନ୍ତ କରିଛନ୍ତି ।

ଗତ ଅକ୍‌ଟୋବର ୩୦ ତାରିଖର ମଧ୍ୟ ଏହି ଦୋକାନରୁ ୨ଟି ଦୋକାନ ଛାଡିକରି ଥିବା ବିନୋଦ ଜ୍ୱେଲର୍ସରୁ ପ୍ରାୟ ୨ କେଜି ୮ ଶହ ଗ୍ରାମ ସୁନା ଅଳଙ୍କାର ଯାହାର ମୂଲ୍ୟ କି ୧ କୋଟି ଟଙ୍କା ହେବ ଚୋରି କରି ନେଇଥିଲେ । ଉଭୟ ଚୋରି ଏକା ଢଙ୍ଗରେ ହୋଇଛି । ଦୁଇଟି ଯାକ ଘଟଣାରେ ସେହି ଚୋର ସଂତ୍ପକ୍ତ ଅଛନ୍ତି, ତାହା ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.